ପହଲଗାମ ଆତଙ୍କୀ ଆକ୍ରମଣର ୧୪ ଦିନ ପରେ ପ୍ରତିଶୋଧ ନେଇଛି ଭାରତ। ଭାରତର ସିନ୍ଦୂର ଅପରେସନ୍ ଜରିଆରେ ୩୦୦ରୁ ଅଧିକ ଆତଙ୍କୀ ନିହତ ହୋଇଥିବା ବେଳେ ବହୁ ଆତଙ୍କବାଦୀଙ୍କ ଶିବିର ଧ୍ବଂସ ହୋଇଛି। ଏହି ଘଟଣାକୁ ନେଇ ଆତଙ୍କବାଦୀଙ୍କ ଦ୍ବାରା ନିହତ ବାଲେଶ୍ବର ଜିଲ୍ଲାର ମୃତ ପ୍ରଶାନ୍ତ କୁମାର ଶତପଥୀଙ୍କ ପତ୍ନୀ ପ୍ରିୟଦର୍ଶିନୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।ସିନ୍ଦୂରର ପ୍ରତିଶୋଧ ନେଲେ ମୋଦି ସରକାର। ଏଥିପାଇଁ ମୁଁ କେନ୍ଦ୍ର ସରକାରଙ୍କୁ ବହୁତ ଧନ୍ୟବାଦ ଜଣାଉଛି।’ ମୋ ସ୍ବାମୀ ଯେଉଁଠି ବି ଥିବେ ତାଙ୍କର ଆତ୍ମାକୁ ଶାନ୍ତି ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହାୟତାକୁ ମୁଁ ଭୁଲିବି ନାହିଁ। ଆତଙ୍କବାଦର ମୂଳୋତ୍ପାଟନ ହେବା ଦରକାର।ମୁଁ ଭାରତ ସରକାରଙ୍କ ନିକଟରେ ଚିର ଋଣୀ ରହିବି।ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ପ୍ରଶାନ୍ତ କୁମାର ଶତପଥୀଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଅନେକ ନେତା, ମନ୍ତ୍ରୀ, ବିଶିଷ୍ଟ ବ୍ୟକ୍ତି ଓ ଅଞ୍ଚଳବାସୀ ଗାଁ ଶ୍ମଶାନରେ ଅନୁଷ୍ଠିତ ଶେଷକୃତ୍ୟରେ ସାମିଲ ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୃତକଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ସହ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଏବଂ ପୁଅର ପାଠପଢ଼ା ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି ।
