ଦଶପଲ୍ଲା ବିଧାୟକଙ୍କ ଅଧ୍ୟକ୍ଷତାରେ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ପାଇଁ ପ୍ରସ୍ତୁତି ବୈଠକ

ନୂଆଗାଁ:ଚଳିତ ବର୍ଷ ୨୦୨୫ ଫେବୃଆରୀ ୨ ରୁ ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ନୂଆଗାଁ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ନେଇ ଆଜି ନୂଆଗାଁ ବ୍ଲକ ପରିସରରେ ଥିବା ରାଜୀବ ଗାନ୍ଧୀ ସଦଭାବନା ଗୃହରେ ପଞ୍ଚୁପାଣ୍ଡବ ମହୋତ୍ସବ କମିଟିର ସଭାପତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।।ଏହି ପ୍ରସ୍ତୁତି ବୈଠକ ରେ ୧୮ ତାରିଖ ପୂର୍ବରୁ ସ୍ମରଣିକା ରେ ପ୍ରକାଶ ପାଇବାକୁ ଥିବା ଲେଖା ଯାହାକି ନିଜ ବ୍ଲକ୍ ଉପରେ ଆଧାରିତ ହୋଇଥିବ ଏବଂ । ଅଡିସନ୍ ମାଧ୍ୟମରେ କଳାକାର ଚୟନ ଉପରେ ଗୁରୁତ୍ୱାରୋପ କରଯାଇଥିଲା। ।

ଅଧିକରୁ ଅଧିକ ଷ୍ଟଲ୍ ମହୋତ୍ସବ ରେ ପଡ଼ିବା ପାଇଁ ଓ ଏଲ ଏମ ବିଭାଗ ଏବଂ ଶାନ୍ତି ଶୃଙ୍ଖଳା ପାଇଁ ତହସିଲଦାର ଏବଂ ପୁଲିସ ବିଭାଗ କୁ ଦାୟିତ୍ଵ ଦିଆଯାଇଥିଲା। ଶତାୟୁ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ବ୍ଲକ୍ ର କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ,ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଦଶପଲ୍ଲା ବିଧାୟକ କହିଥିଲେ। ମହୋତ୍ସବକୁ ଅଧିକ ସରସ ସୁନ୍ଦର କରିବା ପାଇଁ ସମସ୍ତ ସମସ୍ତଙ୍କ ସହଯୋଗ ଲୋଡିଥିଲେ ଦଶପଲ୍ଲା ବିଧାୟକ । ଏହି ପ୍ରସ୍ତୁତି ବୈଠକରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ବିଡ଼ିଓ ଡାକ୍ତର ଅମୃତ କୁମାର ରାଉଳ, ତହସିଲଦାର ହେମନ୍ତ କୁମାର ନାୟକ, ବ୍ଲକ୍ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲ,ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର ପଣ୍ଡା ମଞ୍ଚାସୀନ ଥିବା ବେଳେ ଜନ ପ୍ରତିନିଧି,ବିଭିନ୍ନ ବିଭାଗ ର ଅଧିକାରୀ , ଅବସର ପ୍ରାପ୍ତ ଶିକ୍ଷକ,ସାମ୍ୱାଦିକ,ମହୋତ୍ସବ କମିଟିର ସଦସ୍ୟ ,ଅଞ୍ଚଳର ବରିଷ୍ଠ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ। ଫେବୃଆରୀ ୨ ତାରିଖରୁ ମହୋତ୍ସବ ଆରମ୍ଭ ହେବ ବୋଲି ଜଣା ପଡ଼ିବା ପରେ ନୂଆଗାଁ ବ୍ଲକ୍ ର ଜନ ସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ଅଧିକ ପଢନ୍ତୁ

Odisha Darpan Digital