‘ଦାନା’ ପାଇଁ ତିନିଦିନ ଶିମିଳିପାଳ ବନ୍ଦ ରହିବ

ସମ୍ଭାବ୍ୟ ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ କର୍ତ୍ତୃପକ୍ଷ ଆସନ୍ତା ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି | ଏହି ସମୟରେ କୌଣସି ପର୍ଯ୍ୟଟକ ଆସିପାରିବେ ନାହିଁ ବୋଲି ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ କର୍ତ୍ତୃପକ୍ଷ କହିଛନ୍ତି |ବର୍ଷା ଋତୁ ପରେ ପରେ ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିଥିଲା। ପ୍ରତିଦିନ ଶହଶହ ପର୍ଯ୍ୟଟକ ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନୋଭରି ଉପଭୋଗ କରୁଥିଲେ। ଏଥିସହ କଟେଜ୍‌ରେ ରାତି ଜାପନ କରୁଥିଲେ। ହେଲେ ଦାନା ପାଇଁ ଏବେ ଶିମିଳିପାଳକୁ ବନ୍ଦ କରାଯାଇଛି। ବାତ୍ୟା ଯୋଗୁ ପ୍ରବଳ ବର୍ଷା ହେବ ବୋଲି ଆଶା କରାଯାଉଥିବାରୁ ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି।

ଅଧିକ ପଢନ୍ତୁ

Odisha Darpan Digital