ଦିବ୍ୟଶଙ୍କର ମିଶ୍ରଙ୍କ କାରକୁ ଅଣ୍ଡାମାଡ଼ ।

ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡି ଉପରକୁ ହେଲା ଅଣ୍ଡାମାଡ । ଗୋଲାମୁଣ୍ଡାର ସର୍ବମଙ୍ଗଳା କଲେଜ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । କଳା ପତାକା ଦେଖାଇ ଗାଡିକୁ ଅମାଡାମାଡ କଲେ କିଛି ଯୁବକ । ତେବେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ସମର୍ଥକ ଏହି ଅଣ୍ଡାମାଡ଼ କରିଥିବା ସନ୍ଦେହ କରାଯାଉଛି । ଦିବ୍ୟଶଙ୍କର ମିଶ୍ର ଗୋ’ ବ୍ୟାକ୍‌ ନାରା ଦେଇଥିଲେ। ତା’ପରେ ଶ୍ରୀ ମିଶ୍ରଙ୍କ ଗାଡ଼ିକୁ ଲକ୍ଷ୍ୟକରି ଅଣ୍ଡା ମାଡ଼ କରିଥିଲେ। ଅଣ୍ଡା ଗାଡ଼ିକ ବିଧାୟକଙ୍କ କାର୍‌ରେ ବାଜିଥିବା ଦେଖିବାକୁ ମିଳିଥିଲା।ଅଣ୍ଡା ମାଡ଼ ପରେ ଯୁବକମାନେ ସେଠାରୁ ପଳାଇଯାଇଥିଲେ। ତେବେ କିଏ କଳା ପତାକା ଦେଖାଇଥିଲେ ଓ ଅଣ୍ଡା ମାଡ଼ କରିଥିଲେ ତାହା ଜଣାପଡ଼ି ନାହିଁ। ଏନେଇ କିନ୍ତୁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

ଅଧିକ ପଢନ୍ତୁ

Odisha Darpan Digital