ଦୀଘାରେ ଜଗନ୍ନାଥ ଧାମ ନାଁ ବିବାଦ ପ୍ରସଙ୍ଗ: ମୁହଁ ଖୋଲିଲେ ବାଲୁକା ଶିଳ୍ପୀ ସୁଦର୍ଶନ

ଦୀଘାରେ ଜଗନ୍ନାଥ ଧାମ ନାଁ ବିବାଦ ପ୍ରସଙ୍ଗରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି। ଏହା କଦାପି ଗ୍ରହଣୀୟ ନୁହେଁ, ଷଡ଼ଯନ୍ତ୍ର ହୋଇଛି। ଏ ନେଇ ପ୍ରତ୍ୟେକ ଲୋକ ସ୍ବର ଉଠାଇଲେଣି। ଗଜପତି ମହାରାଜଙ୍କୁ ଏନେଇ ଜଣାଇଛି। ଦୀଘା ଜଗନ୍ନାଥ ମନ୍ଦିରକୁ ଆମେ ସ୍ବାଗତ କରୁଛୁ। କିନ୍ତୁ ଜଗନ୍ନାଥ ଧାମ ନାଁ କଦାପି ଗ୍ରହଣୀୟ ନୁହେଁ ।ଜଗନ୍ନାଥ ମନ୍ଦିରରେ କୌଣସି ଅସୁବିଧା ନାହିଁ, ହେଲେ ଜଗନ୍ନାଥ ଧାମ କୁହାଯିବାରେ ଅରାଜି ପୋଷଣ କରି ବାଲୁକା ଶିଳ୍ପୀ ସୁଦର୍ଶନ ପଟନାୟକ ପୁରୀ ଗଜପତିଙ୍କୁ ଚିଠି ଲେଖିଛନ୍ତି ।

ଏକ୍ସରେ ସୁଦର୍ଶନ କ୍ଷମା ମାଗିବାକୁ କହିଥିବା ଜୁହାଯାଉଛି । ପୁରୀ ଥାଉ ଥାଉ ଦୀଘା ମନ୍ଦିର ଜଗନ୍ନାଥ ଧାମ ହୋଇପାରିବ ନାହିଁ । ପଡ଼ୋଶୀ ରାଜ୍ୟରେ ଏପରି କରାଯିବା ଭୁଲ୍ ।ଏଥିସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଶୀଘ୍ର, ଏହାକୁ ଜଗନ୍ନାଥ ଧାମ କହିବା ବନ୍ଦ କରାଯାଉ ବୋଲି ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି । କାରଣ ଏହା ପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ଭାବନାକୁ ଆଘାତ ଦେଉଛି । ଏଥିସହିତ ଏହା ଦ୍ୱନ୍ଦ୍ୱ ମଧ୍ୟ ସୃଷ୍ଟି କରିବ ବୋଲି କହିଛନ୍ତି ସୁଦର୍ଶନ ।

ଅଧିକ ପଢନ୍ତୁ

kc ads