ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା ,ଜଳିଗଲେ ଡ୍ରାଇଭର ଏବଂ ହେଲ୍‌ପର୍‌

କଳାହାଣ୍ଡି ଜିଲ୍ଲା ସଦର ଥାନା ପାସ୍ତିକୁଡ଼ା ଗାଁ ନିକଟରେ ଦୁର୍ଘଟଣା । ଚାଉଳ ବୋଝେଇ ଟ୍ରକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ । ଘଟଣାସ୍ଥଳରେ ଟ୍ରକ ସହ ଜଳିଗଲେ ଡ୍ରାଇଭର ଏବଂ ହେଲ୍‌ପର । ଆଜି ଭୋରରୁ ପାଷ୍ଟିକୁଡ଼ି ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍‌ ସହ ଅନ୍ୟ ଏକ ଟ୍ରକ୍‌ ମୁହାଁମୁହିଁ ହୋଇଥିଲା। ଧକ୍କା ଏତେ ଜୋର ଥିଲା ଯେ, ସଙ୍ଗେସଙ୍ଗେ ଦୁଇଟି ଟ୍ରକ୍‌ ହୁତୁହୁତୁ ହୋଇ ଜଳିଥିଲା।ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାତ୍ର ସେତେବେଳକୁ ଦୁଇଟି ଟ୍ରକ୍‌କୁ ନିଆଁ ବ୍ୟାପି ସାରିଥିବା ବେଳେ ତା’ ଭିତରେ ଜଣେ ଡ୍ରାଇଭର ଜୀଅନ୍ତା ଜଳି ଯାଇଥିଲେ। ଆଉ ଜଣେ ଡ୍ରାଇଭରଙ୍କ ପତ୍ତା ମିଳି ପାରୁନି ।ସେପଟେ ଅଗ୍ନିଶମ ବାହିନୀ ଘଟଣା ସଂପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ଲାଗି ଉଦ୍ୟମ ଜାରି ରଖିଛି ।

ଅଧିକ ପଢନ୍ତୁ