ପୁଣି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଶାହଙ୍କ ଦୁଇ ଦିନିଆ ଓଡ଼ିଶା ଆସିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ତେବେ କେବେ ଆସିବେ ସେନେଇ ସ୍ପଷ୍ଟ କରି କହିନାହାନ୍ତି । ୨୮, ୨୯ ଏବଂ ୩୦ ଭିତରୁ କେଉଁ ଦୁଇ ଦିନରେ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମ ଚୂଡ଼ାନ୍ତ ପରେ ସୂଚନା ଦିଆଯିବ |ତେବେ ଭୁବନେଶ୍ବରରେ ବିଧାୟକଙ୍କ ଟ୍ରେନିଂ କାର୍ଯ୍ୟକ୍ରମ ଆୟୋଜିତ ହୋଉଥିବା ବେଳେ ଏଥିରେ ଯୋଗ ଦେବେ ଶାହ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଧାୟକମାନଙ୍କୁ ଗୁରୁମନ୍ତ୍ରଣା ଦେବେ କେନ୍ଦ୍ର ଗୃହମନ୍ତ୍ରୀ । ଏତିସହିତ ଶାହଙ୍କ ସମ୍ବଲପୁର ଗସ୍ତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । କିଛି ବିକାଶମୂଳକ କାର୍ଯ୍ୟର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ମନମୋହନ ।