ବଲିଉଡ୍ର କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କ ସୋମବାର ଦେହାନ୍ତ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ଦଶନ୍ଧି ଘରି ଅଭିନୟ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ଦର୍ଶକଙ୍କୁ ମୁଗ୍ଧ କରିଥିଲା । ଉତ୍ତରାଧିକାରୀ ଆଗାମୀ ପିଢିର କଳାକାର ଓ ସିନେପ୍ରେମୀଙ୍କୁ ପ୍ରେରଣା ଯୋଗାଇବ । ପରିବାର, ବନ୍ଧୁ ଓ ଅଂସଖ୍ୟ ଶୁଭେଚ୍ଛୁଙ୍କୁ ମୋର ଆନ୍ତରିକ ସମବେଦନା ଜଣାଇଛନ୍ତି । ଅନ୍ୟପଟେ ଧର୍ମେନ୍ଦ୍ରଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଧର୍ମେନ୍ଦ୍ର ଜୀଙ୍କ ନିଧନରେ ଭାରତୀୟ ସିନେମାର ଏକ ଯୁଗର ଅନ୍ତ ହୋଇଛି । ସେ ଏକ ପ୍ରତିଷ୍ଠିତ ଫିଲ୍ମ କଳାକାର, ଏକ ଅଦ୍ଭୁତ ଅଭିନେତା ଏବଂ ପ୍ରତ୍ୟେକ ଭୂମିକାରେ ସମସ୍ତଙ୍କୁ ଆକର୍ଷଣ କରନ୍ତି । ସେ ସମସ୍ତ ପ୍ରକାରର ଭୂମିକା ନିର୍ବାହ କରିଛନ୍ତି । ସେ ଅଗଣିତ ଲୋକଙ୍କ ହୃଦୟକୁ ଛୁଇଁଛନ୍ତି । ଧର୍ମେନ୍ଦ୍ର ଜୀ ନିଜର ବିନମ୍ରତା ଏବଂ ସରଳତା ପାଇଁ ପ୍ରଶଂସାର ଯୋଗ୍ୟ । ଏହି ଦୁଃଖ ସମୟରେ, ମୋ ସମବେଦନା ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକ ପ୍ରତି ରହିଛି । ଓଁ ଶାନ୍ତି ।
