ବିଜେପିର ସମାଲୋଚନା ପରେ ଦୀପାଳି ସରକାରଙ୍କୁ ସିବିଆଇ ତଦନ୍ତ ଉପରେ ପ୍ରଶ୍ନ କରିବାକୁ ନେଇ, ଏବେ ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଲିଖିତ ଭାବେ ମୁଖ୍ରମନ୍ତ୍ରୀଙ୍କୁ ଏଥିପାଇଁ ଅପିଲ୍ କଲେ, ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବଇନ ମନ୍ତ୍ରୀ ।ପୂର୍ବର ବିଜେଡି ସରକାର କ୍ରାଇମ୍ବ୍ରାଞ୍ଚ ତଦନ୍ତ କରି ତାଙ୍କୁ ଭୁଆଁ ବୁଲାଉଥିଲେ ବୋଲି ଦୀପାଳି ଦାସ ଅନୁଭବ କଲେଣି । ଦୀପାଳି ଲିଖିତ ଦାବି କରିବା ପରେ ନିଷ୍ପତ୍ତି ନିଆଯିବ ।ତେବେ କିର୍ମିରା ବ୍ଲକ୍ ଅଧ୍ୟକ୍ଷା ଅନାସ୍ଥା ପ୍ରସ୍ତାବକୁ ନେଇ ତାଙ୍କ ହୋଟେଲରେ ପୋଲିସ୍ ଚଢ଼ଉ ଓ ବିଶାଲ ଦାସଙ୍କୁ ଛତିଶଗଡ଼ ପୋଲିସ୍ ଗିରଫ କରିବା ନେଇ ନିକଟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଦୀପାଳି । ବିଜେପି ସରକାରଙ୍କ ଉପରେ ଜୋରସୋର ବର୍ଷିଥିଲେ ।
ଯାହାକୁ ନେଇ ଦୀପାଳିଙ୍କୁ କଡା ସମାଲୋଚନା କରିଥିଲା ବିଜେପି । ବାପାଙ୍କ ମୃତ୍ୟୁର ରହସ୍ୟ ନେଇ ଦୁଇ ବର୍ଷ ହେଲା କାହିଁକି ଚୁପ୍ ବସିଥିଲେ ବୋଲି ପ୍ରଶ୍ନ କରିଥିଲେ । ଯାହାର ପାଲଟା ଜବାବରେ ସରକାରଙ୍କୁ ପୁଣି ନିଶାନା ସାଧିଥିଲେ ଦୀପାଳି । କହିଥିଲେ, ମୁଁ ଏ ନୂଆ ସରକାରଙ୍କୁ ପଚାରୁଛି, ତାଙ୍କର ଅନେକ ନେତା ତଥା ବିଧାୟକ ଏନେଇ ପ୍ରଶ୍ନ କରିଛନ୍ତି, ତାହେଲେ ସେମାନେ ଏ ଘଟଣା ଉପରେ ସିବିଆଇ ତଦନ୍ତ କରୁନାହାନ୍ତି କାହିଁକି? ଏଥିସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝି ସେମାନଙ୍କ ପରିବାରକୁ ଆଲୋଚନା ପାଇଁ ଡାକ୍ନ୍ତୁ ବୋଲି ଅପିଲ୍ କରିଥିଲେ । କିଛି ନ୍ୟୁଜ୍ ଚ୍ୟାନେଲ ତାଙ୍କ ନାଁ ମିଛ ଖବର ପ୍ରସାରଣ କରୁଥିବା ମଧ୍ୟ ଅଭିଯୋଗ କରିଥିଲେ ଦୀପାଳୀ ।ଯାହାକୁ ନେଇ ଦୀପାଳୀଙ୍କୁ ଲିଖିତ ଜଣାବାକୁ କହିଛନ୍ତି ମନ୍ତ୍ରୀ ।ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଯିଏ ଗୁଳି କଲା ଧରାପଡିଲା କିନ୍ତୁ କାହିଁକି ମାରିଲା ପଚାରିଲେ ପୂର୍ବ ସରକାରଙ୍କ ପାଖରେ ଉତ୍ତର ନଥିଲା । ଆମେ ପୂର୍ବରୁ ଏନେଇ ପ୍ରଶ୍ନ କରିଥିଲୁ । କ୍ରାଇମବ୍ରାଞ୍ଚ ତଥ୍ୟ ବାଟକୁ ବୁଲେଇ ବୁଲେଇ ନେଉଛି । ତେବେ କେସ ରି- ଓପନ କରାଯିବ କି କଣ ହେବ, ସେନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ।