ନବ ଦାସ ହତ୍ୟାକାଣ୍ଡର ସାନି ତଦନ୍ତ ଆରମ୍ଭ ।

ନବ ଦାସ ହତ୍ୟାକାଣ୍ଡର ସାନି ତଦନ୍ତ ଆରମ୍ଭ । ନବଙ୍କ ପରିବାର ଲୋକଙ୍କର ହେଲା ବୟାନ ରେକର୍ଡ । ନବ ଦାସ ହତ୍ୟା ମାମଲା । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ଆରମ୍ଭ ହୋଇଛି ସାନି ତଦନ୍ତ । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୃହରେ ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ନବ ଦାସଙ୍କ ହତ୍ୟାକାଣ୍ଡରେ ପୂର୍ବ ସରକାର ପରିବାରକୁ ନ୍ୟାୟ ଦେଇପାରିନଥିଲେ । ଯେଉଁଭଳି ତଦନ୍ତ ହେବା କଥା, ସେହିପରି ତଦନ୍ତ ହୋଇନାହିଁ । ଯାହାଫଳରେ ପରିବାର ଏବେବି ନ୍ୟାୟ ଅପେକ୍ଷାରେ ରହିଛି ।ସରକାର ଚାହିଁଲେ ସିବିଆଇ ତଦନ୍ତ ହେବ, କ୍ରାଇମବ୍ରାଞ୍ଚ ତଦନ୍ତକୁ ସରକାର ଆଗେଇ ନେଇଛନ୍ତି କହିଲା ବିଜେଡି ।ସରକାରଙ୍କ ଏ ପଦକ୍ଷେପକୁ ଆମେ ସ୍ୱାଗତ କରୁଛୁ ବୋଲି କହିଲା ବିରୋଧୀ ବିଜେଡି ।

ଅଧିକ ପଢନ୍ତୁ

kc ads