ଟଳିପଡିଲେ ୧୦ ମାଓବାଦୀ । ପୋଲିସ ଏନ୍ କାଉଣ୍ଟରରେ ୧୦ ମାଓବାଦୀ ନିହତ। ଛତିଶଗଡ଼ର ସୁକମା ଜିଲ୍ଲା ଭେଜି ଜଙ୍ଗଲରେ ପୋଲିସର ଏନ୍ କାଉଣ୍ଟର । ଘଟଣାସ୍ଥଳରୁ ଇନସାସ୍, ଏକେ-୪୭, SLR , ୩ଟି ବନ୍ଧୁକ ଓ ମ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ ହୋଇଛି । DRG ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି । ନକ୍ସଲଙ୍କ ବିରୁଦ୍ଧରେ ଏହି ସଫଳ ଅପରେସନ ପରେ DRG (ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ) ଯବାନମାନେ ମନଭରି ଖୁସି ମନାଇଛନ୍ତି। ଯବାନମାନେ ନାଚି ନାଚି ଏହି ସଫଳତାର ଖୁସି ମନାଉଥିବା ଭିଡିଓ ସାମ୍ନାକୁ ଆସିଛି।
ଭିଡିଓରେ, DRG ଯବାନମାନେ ଏକ ପାରମ୍ପାରିକ ଗୀତରେ ନାଚୁଥିବା ଦେଖିବାକୁ ମିଳୁଛି। କେତେକ ଯବାନ ସେମାନଙ୍କ ଫୋନରେ ଡ୍ୟାନ୍ସ ଭିଡିଓ ରେକର୍ଡିଂ କରୁଥିବା ମଧ୍ୟ ଦେଖାଯାଉଛି। ଏହି ଅପରେସନର ସଫଳତାରେ ଯବାନମାନେ କେତେ ଖୁସି, ତାହା ସେମାନଙ୍କ ଚେହେରାରୁ ବାରି ହୋଇପଡୁଛି।