ନାହାନ୍ତି ମହିଳା କମିଶନ : ପଡି ରହିଛି ୨୮୬୯ ଟି ମାମଲା

ରାଜ୍ୟରେ ବଢୁଛି ଅସହାୟ, ସ୍ବାମୀ ପରିତ୍ୟକ୍ତାଙ୍କ ସଂଖ୍ୟା । ଏନେଇ ଗୃହରେ ବିଧାୟକ ସନାତନ ମହାକୁଡଙ୍କ ପ୍ରଶ୍ନରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ, ୨୦୨୪-୨୫ ବର୍ଷରେ ୨୮୬୯ ଟି ମାମଲା ପେଣ୍ଡିଂ ରହିଛି ।ଚଳିତ ବର୍ଷ ୧୧,୫୯୮ ଅସହାୟ, ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ବଲାଙ୍ଗୀରରେ ସର୍ବାଧିକ ୩୭୨୯ ଅସହାୟ ଓ ସ୍ବାମୀ ପରିତ୍ୟକ୍ତା ମହିଳା ଅଛନ୍ତି । ସେମାନଙ୍କ ବିକାଶ ପାଇଁ ଧନ୍ଦାମୂଳକ ତାଲିମ ଦିଆଯାଉଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।ତଥ୍ୟ ଅନୁସାରେ, ବିଶେଷ କରି ଖୋର୍ଦ୍ଧାରେ ୪୫୦ଟି ମାମଲା ପଡିରହିଥିବାବେଳେ କଟକରେ ୩୦୯ ଟି ମାମଲା ପଡିରହିଛି । ସେହିପରି କେନ୍ଦ୍ରାପଡାରେ ୨୧୬ ଟି ମାମଲା ପଡିରହିଥିବାବେଳେ ପୁରୀରେ ମଧ୍ୟ ୨୧୦ ମାମଲା ପଡିରହିଛି ବୋଲି ବିଧାନସଭାରେ ତଥ୍ୟ ରଖିଛନ୍ତି ପ୍ରଭାତୀ ପରିଡା । ସେହିପରି ୨୦୨୪-୨୫ରେ ୧୯୧୦ ମାମଲା ପଞ୍ଜିକୃତ ହୋଇଛି ଏବଂ ୧୮୦୩ଟି ମାମଲାର ବିଚାର ହୋଇଛି ।

ଅଧିକ ପଢନ୍ତୁ

kc ads