ଗତ ସାଧାରଣ ନିର୍ବାଚନରେ ଇଭିଏମ୍ ଜାଲିଆତି ନେଇ ଅଭିଯୋଗ କରିଛି ବିଜେଡି | ଏନେଇ ବିଜେଡି ସାଂସଦମାନେ ଗତକାଲି ନିର୍ବାଚନ କମିଶନ ଅଫ ଇଣ୍ଡିଆଙ୍କୁ ଭେଟିଥିଲେ | ବିଭିନ୍ନ ନିର୍ବାଚନ ମଣ୍ଡଳୀର ଉଦାହରଣ ଦେଇ ଅଭିଯୋଗ କରିଛି ବିଜେଡି | ଏନେଇ ବିଧାୟକ ଅରୁଣ ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ବିପର୍ଯ୍ୟୟର ସାମନା କରିବା ପରେ ବିଜେଡି ସବୁ ଜିଲ୍ଲାପାଳଙ୍କୁ ବୁଥଓ୍ବାରୀ ତଥ୍ୟ ମାଗିଥିଲା, ହେଲେ ତଥ୍ୟ ମିଳିଲାନି । ଏହା ପବ୍ଲିକ ଡକ୍ୟୁମେଣ୍ଟ ହୋଇଥିଲେ ବି ଉପଲବ୍ଧ କରାଗଲାନି । ବୋଧ ହୁଏ ଏଥିପାଇଁ ରାଜ୍ୟ ସରକାର ଅଲିଖିତ ନିର୍ଦ୍ଦେଶ ଦେଇଥିଲେ ବୋଲି ବିଜେଡି କହିଛି । ଆରଟିଆଇରେ ମଧ୍ୟ ତଥ୍ୟ ମିଳିଲାନି । ତେଣୁ ବିଜେଡି ଗତ ୬ମାସ ଧରି ନିଜେ ତଥ୍ୟ ସଂଗ୍ରହ କରିଛି ।
ଏଥିରେ ଫର୍ମ-୧୭-ସି ପାର୍ଟ ଓ୍ବାନରେ ଥିବା ପୁଲିଂ ତଥ୍ୟ ଓ ଫର୍ମ-୨୦ରେ ଥିବା ଗଣତି ଭୋଟ୍ ସଂଖ୍ୟା ତଥ୍ୟରେ ତାଳମେଳ ନାହିଁ । ବିଜେଡି ପକ୍ଷରୁ ବିଭିନ୍ନ ନିର୍ବାଚନ ମଣ୍ଡଳୀର ବୁଥ୍ ତଥ୍ୟରେ ବ୍ୟବଧାନ ଦର୍ଶାଯାଇଛି । ଏଥିରେ ଫୁଲବାଣୀର ଏକ ବୁଥରେ ବ୍ୟବଧାନ ୬୮୨ ରହିଛି ତ ତଳସରାର ଏକ ବୁଥରେ ରହିଛି ୭୮୪ ଭୋଟ୍ ବ୍ୟବଧାନ ।ନିର୍ବାଚନ କମିଶନରଙ୍କୁ ପ୍ରଶ୍ନ ସାଟିଫାଇଡ୍ କପି ମାଗିଲେ କାହିଁକି ଦେଉନାହାନ୍ତି | ନିର୍ବାଚନ ବେଳେ ସନ୍ଧ୍ୟା ୫ଟାରେ କ୍ଲୋଜ ଅଫ ପୋଲ ହୁଏ ଏବଂ ରାତି ୧୧ଟା ୪୫ ରେ ଏଣ୍ଡ ଅଫ ପୋଲ ହୁଏ | ଦୁଇ ଦିନ କାହିଁକି ସମୟ ନେଲେ କହିବା ପାଇଁ | ସନ୍ଧ୍ୟା ୫ଟାରେ ଯେତିକି ଡାଟା ଦେଖେଇଲେ ରାତି ୧୧ଟା ୪୫ରେ ଡାଟା ଭିନ୍ନ ଆସିଲା | ଗୋଟିଏ ଗୋଟିଏ ବୁଥରେ ଭୋଟ ବଢୁଛି ତ କମୁଛି | ଏହି ଅସଂଗତି ପାଇଁ ଦାୟୀ କିଏ |