ରାଜଧାନୀ ଲକ୍ଷ୍ନୌର ନାକାସ୍ଥିତ ହୋଟେଲ ଶରଣଜିତରେ ଗୋଟିଏ ପରିବାରର ପାଞ୍ଚଜଣ ମହିଳାଙ୍କ ହତ୍ୟା ଚର୍ଚ୍ଚାର ବିଷୟ ପାଲଟିଛି।ଜଣେ ଯୁବକ ନିଜର ୪ ଭଉଣୀ ଏବଂ ମା’ର ଜୀବନ ନେଇଯାଇଛି । ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଯୁବକକୁ ଗିରଫ କରିଛି ପୋଲିସ । ପୋଲିସର ସୂଚନାନୁସାରେ, ଅର୍ଶଦ ନାମକ ଜଣେ ଯୁବକ ତାଙ୍କ ମା’ ଏବଂ ଚାରି ଭଉଣୀଙ୍କୁ ବ୍ଲେଡରେ କାଟି ହତ୍ୟା କରିଛନ୍ତି। ପାରିବାରିକ କଳହ ହେତୁ ଅର୍ଶଦ ତାଙ୍କ ମା ଏବଂ ଭଉଣୀମାନଙ୍କୁ ହତ୍ୟା କରିଛନ୍ତି।
ପୋଲିସ ଏବଂ ଫୋରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛନ୍ତି। ଅର୍ଶଦ ନିଜ ଅପରାଧ ସ୍ବୀକାର ମଧ୍ୟ କରିଛନ୍ତି | ତେବେ ହୋଟେଲ ରୁମରେ ଅର୍ଶଦଙ୍କ ଛଡା ତାଙ୍କ ବାପା ମଧ୍ୟ ଥିଲେ । ବାପା ଏବେ ଫେରାର ରହିଛନ୍ତି । ପୋଲିସ ଅର୍ଶଦଙ୍କ ବାପା ଉପରେ ମଧ୍ୟ ସନ୍ଦେହ କରୁଛି ।