ନୂଆଗାଁ:ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ହାଇସ୍କୁଲ୍ ପଡ଼ିଆରେ ଆସନ୍ତା ୨ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା।ଯାହାକି ମହୋତ୍ସବ ମହୋତ୍ସବ ପଡିଆ ସୁନ୍ଦର ଭାବରେ ସଜେଇ ହେବାରେ ଲାଗିଛି। ଚତୁପାର୍ଶ୍ଵ ଷ୍ଟଲ୍ ସଜ୍ଜିକରଣ ସହ କଷ୍ଟି ଡାକୁଆ ସାଂସ୍କୃତିକ ମଞ୍ଚ ସୁନ୍ଦର ଭାବେ ସଜ୍ଜିକରଣ ହେବାରେ ଲାଗିଛି। କିପରି ସଫଳତାର ସହ ଆୟୋଜନ କରାଯିବ ସେଥିପାଇଁ ମହୋତ୍ସବ କମିଟି ର ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବିଭିନ୍ନ କାର୍ଯ୍ୟକ୍ରମ ର ସମୀକ୍ଷା କରିଛନ୍ତି।ଏଥିରେ କମିଟିର ସମ୍ପାଦକ ଦିଲ୍ଲୀପ କୁମାର ଦଳ ବେହେରା,ସମାଜ ସେବୀ ଶଙ୍କର୍ଷଣ ବେହେରା,ଗୋଲଖ ବିହାରୀ ଗୋଚ୍ଛାୟତ , ଙ୍କ ସମେତ କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ।ମହୋତ୍ସବ ର ପ୍ରତ୍ୟେକ ଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସିନେ ତାରକା,ମେଲୋଡି ଏବଂ ବିଭିନ୍ନ ଦ୍ୟାନ୍ସ ଗ୍ରୁପ ର କାର୍ଯ୍ୟକ୍ରମ ଥିବାବେଳେ ବିଭିନ୍ନ ପ୍ରକାର ଖାଦ୍ୟ ଷ୍ଟଲ୍ ସହ ଛୋଟ ପିଲାମାନଙ୍କ ପାଇଁ ଦୋଳି ର ବ୍ୟବସ୍ଥା କରାଯାଇଛି।ପ୍ରତ୍ୟେକ ଦିନ ଚୟନ କରାଯାଇଥିବା ଛାତ୍ର ଛାତ୍ରୀ ଏବଂ ଗ୍ରାମାଞ୍ଚଳ ଲୋକକଳା ପରିବେଷଣ ର କାର୍ଯ୍ୟକ୍ରମ ରହିଛି ।ଅଧିକରୁ ଅଧିକ ଲୋକ ଆସିବା ପାଇଁ କମିଟି ତରଫରୁ ଅନୁରୋଧ କରାଯିବା ସହ ପ୍ରଚାର ପ୍ରସାର ର ବ୍ୟବସ୍ଥା କରାଯାଇଛି । ପଡିଆ ସାଜସଜ୍ଜା ସହ ପ୍ରତ୍ୟେକ ଦିନ ଚିତ୍ତାକର୍ଷକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚଳିତ ବର୍ଷ ପଞ୍ଚୁପାଣ୍ଡବ ମହୋତ୍ସବ ଅତି ଆକର୍ଷଣୀୟ ହେଵ ବୋଲି ଜନ ସାଧାରଣ ରେ ଚର୍ଚ୍ଚା ଚାଲିଛି।
