ପତିତପାବନରେ ପଡିଲା ଶୂନ୍ୟ ଗଣ୍ଠି

ଚୈତ୍ର ମାସ କୃଷ୍ଣ ପ୍ରତିପଦା ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହୋଲି ଉତ୍ସବ ଏବଂ ଚନ୍ଦନ ଅନୁକୂଳ ନୀତି ସମ୍ପନ୍ନ ହୋଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଶ୍ରୀମନ୍ଦିରର ନୀଳଚକ୍ରରେ ଉଡୁଥିବା ପତିତପାବନବାନାରେ ପଡ଼ିଛି ଶୂନ୍ୟ ଗଣ୍ଠି। ଶୂନ୍ୟ ଗଣ୍ଠି ପଡ଼ିଥିବା ବାନାକୁ ଅତ୍ୟନ୍ତ ଶୁଭ ଏବଂ ମଙ୍ଗଳ କାରକ ବୋଲି ଶ୍ରଦ୍ଧାଳୁ କହିଛନ୍ତି।ଶୂନ୍ୟ ଶୂନ୍ୟରେ ପତିତପାବନ ବାନାରେ ଗଣ୍ଠି ପଡିଲେ ତାହାକୁ ଶୂନ୍ୟ ଗଣ୍ଠି କୁହାଯାଏ। ରବିବାର ପ୍ରବଳ ପବନ ବହିଥିବା ଯୋଗୁ ପତିତପାବନ ବାନାରେ ଶୂନ୍ୟ ଗଣ୍ଠି ପଡିଯାଇଥିଲା । ତେବେ ଏହି ପତିତପାବନ ବାନାକୁ ଆଜି ସନ୍ଧ୍ୟା ସମୟରେ ଓହ୍ଳାଇ ଦିଆଯିବ ।ସୂଚନା ଥାଉକି, ପୁରୀ ଶ୍ରୀମନ୍ଦିର ପତିତପାବନ ବାନାରେ ଦେଖିବାକୁ ମିଳିଥିଲା ଅଲୌକିକ ଦୃଶ୍ୟ । ପତିତପାବନ ବାନାରେ ପଡିଛି ଶୂନ୍ୟ ଗଣ୍ଠି । ତେବେ ଶୂନ୍ୟ ଗଣ୍ଠି ପଡିବା ପରେ ସେବାୟତ କହିଛନ୍ତି ଏହା ଅତ୍ୟନ୍ତ ଶୁଭଦାୟକ । ସେ କହିଛନ୍ତି ବିଶ୍ବାସ ରହିଛି ଶୂନ୍ୟ ଗଣ୍ଠି ଘରେ ରଖିଲେ ସମସ୍ତ ପ୍ରକାରର ବ୍ୟାଧିରୁ ମୁକ୍ତ ମିଳିଥାଏ ।

ଅଧିକ ପଢନ୍ତୁ

kc ads