ପାଟଣାଗଡ଼ ବ୍ଳକ ସ୍ତରୀୟ ଆଦିବାସୀ କର୍ମଚାରୀ ସଂଘ ର ନୂତନ ପରିଚାଳନା କମିଟି ଗଠିତ।

ବଲାଙ୍ଗୀର ( ଜଗଦୀଶ ଭୋଇ) ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ର ଅବସର ଓ କାର୍ଯ୍ୟରତ ଆଦିବାସୀ କର୍ମଚାରୀ କର୍ମଚାରୀ ମାନଙ୍କୁ ନେଇ ଏକ ବୈଠକ ସ୍ଥାନୀୟ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଅବସର ପ୍ରାପ୍ତ ଶିକ୍ଷକ ଜତନ ବୁଡେକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକ ରେ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ ଏକ ସଂଘ ର ଆବଶ୍ୟକତା ରହିଛି ଉକ୍ତ ସଂଘ ସାମୁହିକ ଭାବରେ କାମ କରିବ ସହ ,ସଂଘ କୁ କିପରି ସୁଦୃଢ଼ କରିବାକୁହେବ ସେନେଇ ବିଶଦ ଭାବରେ ଆଲୋଚନା କରାଯାଇଥିଲା ।ବୈଠକ ରେ ଆଦିବାସୀ ହରିଜନ ସଂରକ୍ଷଣ ରେ କ୍ରିମିଲେୟାର କୁ ତିବ୍ର ନିନ୍ଦା କରାଯାଇଥିବା ବେଳେ ପୁନଃ ବିଚାର କରିବାକୁ ବୈଠକ ରେ ଅନୁରୋଧ କରାଯାଇଥିଲା।

ସର୍ବ ସମ୍ମତି କ୍ରମେ ଏକ ନୂତନ ପରିଚାଳନା କମିଟି ଗଠନ କରାଯାଉଥିଲା। ଏଥିରେ ସଭାପତି ଭାବରେ ଚନ୍ଦ୍ର ଶେଖର ବାଗ, ସଂପାଦକ ଜତନ ବୁଡେକ, କୋଷାଧ୍ୟକ୍ଷ ବୃନ୍ଦାବନ ଧରୁଆ,କୋଅର୍ଡିନେଟର ଖୁସିରାମ ମଲ୍ଲିକ, ମୁକୁନ୍ଦ ଧରୁଆ, ଆଇନ୍ ପରାମର୍ଶଦାତା ବେଣୁଧର ରାଜହଂସ, ଗୁଣନିଧି ଭୋଇ ପ୍ରମୁଖ ମନୋନୀତ ହୋଇଥିଲେ। ମାସର ପ୍ରତ୍ୟେକ ୨ୟ ଶନିବାର ଦିନ ଅପରାହ୍ନ୩ଟା ସମୟରେ ପରିଚାଳନା କମିଟି ର ବୈଠକ ବସିବାର ସିଦ୍ଧାନ୍ତ ନିଆଯାଇଥିଲା। ବୈଠକ ରେ ଲେକୃ ଧରୁଆ, ମହର୍ଷି ଧରୁଆ, ଆନନ୍ଦ ଧରୁଆ, ଶିବପ୍ରସାଦ ବରିହା,ପ୍ରଦୀପ ଧରୁଆ,ଶରତ ଧରୁଆ, ପ୍ରମୋଦ କୁମାର ଭୋଇ, ହିମାଂଶୁ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ରାମଚନ୍ଦ୍ର ଧରୁଆ ପରିଚାଳନା କରିଥିବା ବେଳେ ସଭାପତି ଶ୍ରୀ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।

ଅଧିକ ପଢନ୍ତୁ