ପିଆଜ କିଲୋପ୍ରତି ୫୦ରୁ ୫୫ ଟଙ୍କାରେ ବିକ୍ରି

ପିଆଜ କିଲୋପ୍ରତି ୫୦ରୁ ୫୫ ଟଙ୍କାରେ ବିକ୍ରି ହେଉଥବାବେଳେ ଏବେ ଚିନ୍ତାରେ ଖାଉଟି। ଦର ବୃଦ୍ଧି ଉପରେ ଲାଗୁନାହିଁ ଲଗାମ । ହାଟରେ ବା ଛୋଟ ଛୋଟ ଦୋକାନରେ ପିଆଜ କିଲୋ ପିଛା ୫୦ ରୁ ୫୫ ଟଙ୍କା ବିକ୍ରି ହେଉଥିବାବେଳେ ଗୋଦାମରେ ପିଆଜ କିଲୋ ମାତ୍ର ୩୭ଟଙ୍କା ରହିଛି । ଏହି ଦର ହେଉଛି ଭୁବନେଶ୍ୱର ଆଇଗିଣିଆ ଗୋଦାମର ।
ଭୁବନେଶ୍ୱର ଏକ ନମ୍ୱର ହାଟକୁ ଏହି ଗୋଦାମରୁ ଯାଉଛି ପିଆଜ । ଆଇଗିଣିଆରୁ ଏକ ନମ୍ୱର ହାଟର ଦୂରତା ମାତ୍ର ୧୨ କିଲୋମିଟର ହୋଇଥିବାବେଳେ ପିଆଜ କିଲୋ ପିଛା ୧୩ ଟଙ୍କାରୁ ଅଧିକ ନେଉଛନ୍ତି ଖୁଚୁରା ବ୍ୟବସାୟୀ। ଆଳୁ ଏବେ ବଜାରରେ ଚାଳିଶ ଟଙ୍କା ଥିବାବେଳେ ପିଆଜ ଦର ଗ୍ରାହକଙ୍କୁ କନ୍ଦାଇବା ଆରମ୍ଭ କଲାଣି। ପ୍ରଶ୍ନ ଉଠୁଛି, ଅତ୍ୟାବଶ୍ୟକ ସାମଗ୍ରୀ ଆଳୁ , ପିଆଜ ପାଇଁ କେତେ ଦିନ କାନ୍ଦିବେ ଲୋକେ ।

ଅଧିକ ପଢନ୍ତୁ

kc ads