ପିପିଲିରେ ରାତି ଅଧିଆ ଫୁଟିଲା ବୋମା, ଛିଣ୍ଡିଗଲା ଯୁବକଙ୍କ ହାତ

ଜମାଲପୁରରେ ରାତି ଅଧିଆ ଫୁଟିଲା ବୋମା। ବୋମାମାଡ଼ରେ ଜଣେ ଗୁରୁତର ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ବୋମାମାଡ଼ ବେଳେ ହାତରେ ଫୁଟିଲା ବୋମା। ବିସ୍ଫୋରଣ କେମିତି ହେଲା, ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ ।ସ୍ଥାନୀୟ ପୋଲିସ ଘଟଣାର ଛାନଭିନ୍ ଚଳାଇଛି ।ଏଥିରେ ରାଜକିଶୋର ନାୟକ ନାମକ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିବା ବେଳେ ଜଣେ ଶିଶୁ ସମେତ ଅନ୍ୟ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।

ରାଜକିଶୋରଙ୍କ ହାତ ପାପୁଲିରେ ବୋମା ବିସ୍ଫୋରଣ ଘଟି ପାପୁଲି ଛିଣ୍ଡି ଯାଇଥିବା ସୂଚନା ମିଳିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି ଭୁବନେଶ୍ୱର ଏମସରେ ଭର୍ତ୍ତି କରାଯାଇଛି। ଗୁରୁବାର ରାତିରେ ଜମାଲପୁର ଗ୍ରାମରେ ଯାତ୍ରା ଚାଲିଥିବା ବେଳେ କାଳବୈଶାଖୀ ବର୍ଷା ଓ ପବନ ଯୋଗୁଁ ତାହା ଅଧାରୁ ବନ୍ଦ ହୋଇଯାଇଥିଲା । ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କ ସହ ପଡୋଶୀ ଗ୍ରାମର ଅନ୍ୟ ଜଣଙ୍କର ପୂର୍ବ ବିବାଦକୁ ନେଇ ରାତି ପ୍ରାୟ ସାଢେ ଗୋଟାଏରେ ଗଣ୍ଡଗୋଳ ଘଟିଥିଲା।ପରେ ଏହା ଉଗ୍ରରୂପ ଧାରଣା କରିଥିଲା। ଏହାକୁ ନେଇ ଦୁଇଟି ବୋମାମାଡ ହୋଇଥିବା ସୂଚନା ମିଳିଛି।

ଅଧିକ ପଢନ୍ତୁ

kc ads