ପୁଇଁତଳାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ଖବର ସଂଗ୍ରହ କରୁଥିବା ବେଳେ ଜଣେ ସାମ୍ବାଦିକଙ୍କୁ ଅକଥନୀୟ ନିର୍ଯାତନାର ଶିକାର ହେବାର ଘଟଣା ବଲାଙ୍ଗୀର ଜିଲ୍ଲା ସମେତ ସାରା ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିଲା। ପୁଇଁତଳା ଥାନା ଅନ୍ତର୍ଗତ କୁଲଥିପାଲି ଗାଁରେ ଏକ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିବା ସାମ୍ବାଦିକ ବିଜୟ କୁମାର ପ୍ରଧାନଙ୍କୁ ଠିକାଦାର ଓ କିଛି ଅସାମାଜିକ ବ୍ୟକ୍ତି ମିଳିତ ଭାବେ ଆକ୍ରମଣ କରିଥିଲେ। ଆଜି ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଳାଇ ଗିରଫ ହୋଇଛି।ସୂଚନାଥାଉକି, ଗତ ଶନିବାର ପୁଇଁତଳା ବ୍ଲକ କୁଲୁଥିପାଲି ଗାଁରେ ନିମ୍ନମାନର ସରକାରୀ କାମ ହେଉଥିବା ଅଭିଯୋଗ ପାଇ ଖବର ସଂଗ୍ରହ ପାଇଁ ଯାଇଥିଲେ ସାମ୍ବାଦିକ ବିଜୟ ପ୍ରଧାନ। ହେଲେ ସେହି ସମୟରେ ଠିକାଦାର ଓ ତାଙ୍କ ସହଯୋଗୀମାନେ ପହଞ୍ଚି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ସେମାନେ ସାମ୍ବାଦିକଙ୍କୁ ମାଡ଼ ମାରିବା ସହ ତାଙ୍କର ୩ଟି ମୋବାଇଲ, ୫ଟି ସିମ୍, ବୁମ୍, ଏଟିଏମ୍‌ କାର୍ଡ ଆଦି ଭାଙ୍ଗି ଦେଇଥିଲେ। ଏନେଇ ସାମ୍ବାଦିକ ଜଣଙ୍କ ପୁଇଁତଳା ଥାନାରେ ଅଭିଯୋଗ କରିଥିଲେ। ଆଉ ଖୁବ୍‌ଶୀଘ୍ର ଠିକାଦାର ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା।

ଅଧିକ ପଢନ୍ତୁ

kc ads