ପୁଣି ଚାକିରି କରିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ରାଜ୍ୟ ସରକାର ନୂଆ ନିୟମ ଆଣିଛନ୍ତି। ପୁନଃ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବେ। ଅବସରପ୍ରାପ୍ତ କର୍ମଚାରୀମାନେ କେଉଁ ମାନଦଣ୍ଡରେ ଚୟନ ହେବେ ସେନେଇ ବିସ୍ତୃତ ଗାଇଡ୍‌ଲାଇନ୍‌ ଜାରି ହୋଇଛି।ମୁଖ୍ୟ ସଚିବ ଅଧ୍ୟକ୍ଷ, ଜିଏ ସଚିବ, ଅର୍ଥ ସଚିବ କମିଟି ସଦସ୍ୟ ପୁନଃ ନିଯୁକ୍ତି ଚୟନ କରିବେ।ତେବେ ୬୫ ବର୍ଷରୁ କମ୍ ଓ ଭଲ ସର୍ଭିସ ରେକର୍ଡ଼ ଥିବା ବ୍ୟକ୍ତିଙ୍କୁ ପୁନଃ ନିଯୁକ୍ତି ସୁଯୋଗ ଦିଆଯିବ। ପୁନଃ ନିଯୁକ୍ତି ପାଇବାକୁ ଥିବା ବ୍ୟକ୍ତି ଶାରୀରିକ ଭାବେ ଫିଟ୍ ରହିବା ଜରୁରୀ।ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ବିଚାରଯୋଗ୍ୟ ହେବନି ପୁନଃ ନିଯୁକ୍ତି। ଅବସର ପୂର୍ବରୁ ସିସିଆର୍‌ ଆଉଟଷ୍ଟାଣ୍ଡିଂ ଥିଲେ ପୁନଃ ନିଯୁକ୍ତି କରାଯିବ। ପଦବୀରେ ପୁନଃ ନିଯୁକ୍ତି ପାଇଁ ଖୋଲା ବିଜ୍ଞାପନ ଜରିଆରେ ସୂଚିତ କରାଯିବ।

ଅଧିକ ପଢନ୍ତୁ