ପୁରୀ-ରାଉରକେଲା ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ମାଡ଼ । ପୁରୀରୁ ରାଉରକେଲା ଆସୁଥିବା ବନ୍ଦେ ଭାରତ ଟ୍ରେନ ଆଜି ଅପରାହ୍ନରେ କଲୁଙ୍ଗା ଷ୍ଟେସନ ଦେଇ ଆସୁଥିବା ବେଳେ ପଥର ମାଡ଼ ହୋଇଛି । ତେବେ ଏହି ଆକ୍ରମଣରେ ୨ଟି ବଗିର କାଚ ଭାଙ୍ଗି ଚୁରମାର ହୋଇଯାଇଛି । ହେଲେ ଦୁର୍ବୃତ୍ତଙ୍କ ଏହି ଆକ୍ରମଣରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନଥିବା ସୂଚନ ରହିଛି । ହେଲେ କିଏ ଏବଂ କାହିଁକି ଢେଲା ମାଡ଼ କରିଛି ତାର କୌଣସି ସୂଚନା ମିଳି ପାରିନାହିଁ ।ପୂର୍ବରୁ ବାହାର ରାଜ୍ୟରେ ବନ୍ଦେ ଭାରତ ଟ୍ରେନ୍ ଉପରେ ପଥରମାଡ଼ ହୋଇ ଥିଲା ବେଳେ ରାଉରକେଲା ନିକଟରେ ଏହା ପ୍ରଥମ।
