କିଛି ଦିନର ଆଶ୍ୱସ୍ତି ପରେ ପୁଣି ବଢିଲା ସୁନା ଦର । ମେ’ ୬ ଅର୍ଥାତ୍ ମଙ୍ଗଳବାର ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୯୮,୪୬୦ ଟଙ୍କା ରହିଛି । ଗତକାଲି ଏହା ୯୫,୭୩୦ ଟଙ୍କା ଥିଲା । ଦିନକରେ ୨,୭୩୦ ଟଙ୍କା ବୃଦ୍ଧି ପାଇଛି ।। ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୯୮,୪୬୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୯୦ ,୨୫୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୯୮, ୬୧୦ ଟଙ୍କା ଓ ୨୨ କ୍ୟାରେଟ୍ ୯୦,୪ ୦୦ ଟଙ୍କା ରହିଛି ।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୯୮, ୪୬୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୯୦,୨୫୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୯୮, ୪୬୦ ଓ ୯୦,୨୫୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୦୭ ,୯୦୦ ଟଙ୍କା ହୋଇଛି ।