ପୁରୀରେ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ

ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଓଡ଼ିଶାରେ ପହଞ୍ଚି ପୁରୀ ଗସ୍ତରେ ଜଷ୍ଟିସ୍‌ ହରିଶ ଟଣ୍ଡନ । ସେଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଆଶିଷ ଲାଭ କରିଛନ୍ତି ଜଷ୍ଟିସ୍‌ ହରିଶ ଟଣ୍ଡନ ।ଏହି ସମୟରେ ପୁରୀ ଏସପି, ଜିଲ୍ଲାପାଳଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।ଜଷ୍ଟିସ୍ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି। ସେ ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହଙ୍କ କାର୍ଯ୍ୟଭାର ସମ୍ଭାଳିବେ। ଖୁବଶୀଘ୍ର ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ ହରିଶ ଟଣ୍ଡନ।

ଅଧିକ ପଢନ୍ତୁ

kc ads