ପୁରୀ ଉପକୂଳ ମୁହାଁ ହେଲାଣି ନୌସେନାର ଯୁଦ୍ଧଜାହାଜ ।

ଆସନ୍ତା ଡିସେମ୍ବର ୪ ତାରିଖରେ ପୁରୀରେ ପାଳନ ହେବ ନୌସେନା ଦିବସ। ପୁରୀ ସମୁଦ୍ର ତଟରେ ଯୁଦ୍ଧ କୌଶଳ ଦେଖାଇବେ ଭାରତୀୟ ନୌବୀର । ଏଥିରେ ମୁଖ୍ୟ ଅତିଥି ଭାବେ ତିନି ସେନାର ସୁପ୍ରିମ କମାଣ୍ଡର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବେ। ସେହି ଦିନ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବରେ ସାମିଲ ହେବେ ।

୩ ତାରିଖ ଅପରାହ୍ନରେ ନୌସେନା ପକ୍ଷରୁ ଡେମୋ ପ୍ରଦର୍ଶନ କରାଯିବ। ନୌସେନା ଦିବସରେ ପ୍ରାୟ ୭ହଜାର ୫୦୦ ଅତିଥିଙ୍କ ସମେତ ଲକ୍ଷାଧିକ ଜନସାଧାରଣଙ୍କ ସମାଗମ ସମ୍ଭାବନା ରହିଛି । ତେବେ ପୁରୀ ଉପକୂଳ ମୁହାଁ ହେଲାଣି ନୌସେନାର ଯୁଦ୍ଧଜାହାଜ । ଭାରତୀୟ ସ୍ଥଳ ସେନାର ୮ ଟି ଯୁଦ୍ଧ ଟ୍ୟାଙ୍କର ମଧ୍ୟ ପୁରୀ ବେଳାଭୂମିରେ ପହଞ୍ଚିଛି । ବି ଏମ୍ ପି ନାମକ ଟ୍ୟାଙ୍କର ମଧ୍ୟ ପ୍ରଦର୍ଶନରେ ସାମିଲ ହେବ। ପୁରୀ ବ୍ଲୁ ଫ୍ଲାଗ ବିଚରେ ସ୍ବତନ୍ତ୍ର ଏନକ୍ଲୋଜର ପ୍ରସ୍ତୁତ ରହିଛି ।ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ କଣ୍ଟ୍ରୋଲ ୟୁନିଟ ମଧ୍ୟ ପ୍ରସ୍ତୁତ ରହିଛି । ଦର୍ଶକ ମାନେ ପେଣ୍ଠକଟା ଠାରୁ ଷ୍ଟର୍ଲିଂ ହୋଟେଲ ପର୍ଯ୍ୟନ୍ତ ବେଳାଭୂମିରେ ଏହି ଅପରେଶନାଲ ଡେମୋ ଶୋ ଦେଖିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି ।

ଅଧିକ ପଢନ୍ତୁ