ପୁରୀ ଜିଲ୍ଲା ସାତଶଙ୍ଖ ବଜାର ନିକଟରେ ରତ୍ନ ଚୀରା ନଦୀରୁ ମାଛ ଜାଲରେ ଫସିଲା ୮ ଫୁଟ ଅଜଗର ସାପ । ସକାଳୁ ମାଛ ଜାଲରେ ଅଜଗର ପଡ଼ିଥିବା ଦେଖି ଲୋକେ ଜାଲକୁ ଭିଡ଼ି କୂଳକୁ ଆଣିଥିଲେ । ଏହାପରେ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲପ ଲାଇନ ସଦସ୍ୟ ପହଂଚି ସାପକୁ ଉଦ୍ଧାର କରିଥିଲେ । ଏପଟେ ଉଦ୍ଧାର ପରେ ଭୁବନେଶ୍ୱର OUT କୁ ନେଇ ଛଡ଼ାଯିବ ବୋଲି ସୂଚନା । ତେବେ ସାପଟି ଏକ ବର୍ମିଜ୍ ପାଇଥନ୍ ପ୍ରଜାତିର ବୋଲି ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ ଚିହ୍ନଟ କରିଛନ୍ତି । ସାପଦେହରେ କୌଣସି ସ୍ଥାନରେ ବିଶେଷ କ୍ଷତ ସୃଷ୍ଟି ହୋଇନାହିଁ । ଏହି ବର୍ମିଜ୍ ପାଇଥନ୍ ପ୍ରଜାତି ଦଳ ଗାଡ଼ିଆ ବା ପାଣି ଜୋର ମାନଙ୍କରେ ବାସକରନ୍ତି ।
