ରାୟଗଡDate 12 :11:2024-ଆଦିବାସୀ ଯୁବ ନେତା ଭାଗିରଥୀ ମଣ୍ଡାଙ୍ଗୀ ଙ୍କ ହତ୍ୟା ମାମଲା ରେ ଆସିଲା ଏକ ବଡ ଫଇସଲା l ରାୟଗଡ SDJM କୋର୍ଟ ଦ୍ୱାରା ଏହି ହତ୍ୟା ମାମଲା ରେ ଏନ ଭାସ୍କର ରାଓ ଙ୍କ ସମେତ ଏଲ୍ଲା ଭେଙ୍କଟେଶ୍ଵର ରାଓ ଓରଫ କଣ୍ଡା ବାବୁ, କେ . କ୍ରିଷ୍ଣା ରାଓ, ଇପିଲି ସନ୍ୟାସୀ ରାଜୁ, ଆଦି ନାରାୟନା ଏବଂ ପେଦିନା ଦିଲୀପ କୁମାର ଙ୍କ ନା ରେ ଜାମିନ ବିହୀନ ଗିରଫ ପରବାନା ଜାରି ନେଇ ସୂଚନା ଦେଇଛନ୍ତି ଆବେଦନ କାରି ଙ୍କ ଆଇନଜୀବୀ ଶ୍ରୀ ସାମୁଏଲ ତାଣ୍ଡ୍ରି l
ଘଟଣା ରୁ ପ୍ରକାଶ ଯେ 15/12/2010 ମସିହା ରେ ଆଦିବାସୀ ଯୁବ ନେତା ଶ୍ରୀ ଭାଗିରଥୀ ମାଣ୍ଡାଙ୍ଗି ଙ୍କ ଅର୍ଦ୍ଧ ଦଗ୍ଧ ମୃତ ଦେହ ଆନ୍ଧ୍ର ର ଗଟାବ୍ରିଜ ନିକଟ ରେ ଠାବ କରାଯାଇଥିଲା l ଏହା ପରେ ଆବେଦନ କାରି ସମେତ ଆଦିବାସୀ ସଂଘ ଏହି ମାମଲା ର ଯାଞ୍ଚ ପାଇଁ ଦାବି କରିଥିଲେ l ହେଲେ ଦୀର୍ଘ 13 ବର୍ଷ ପରେ ମଧ୍ୟ କୌଣସି ସୁଫଳ ମିଳିନପାରିଲା ନାହିଁ। ଏପରିକି ଏହାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ହେଲେ କ୍ରାଇମବ୍ରାଞ୍ଚର ତଦନ୍ତ ରିପୋର୍ଟ ବର୍ତ୍ତମାନ ସୁଦ୍ଧା ସାର୍ବଜନୀନ ହୋଇପାରିଲା ନାହିଁ । କ୍ରାଇମବ୍ରାଞ୍ଚ ନୁହେଁ CBI ତଦନ୍ତ ଦାବିକରୀ ଜିଲ୍ଲା ଆଦିବାସୀ ମହାସଂଘ ରାଜରାସ୍ତାକୁ ଓହ୍ଲାଇବା ସହ ଚକ ଅଖ ବନ୍ଦ କରିଥିଲା। ତଥାପି କୌଣସି ସୁଫଳ ମିଳିଲା ନାହିଁକି କେଶର କୌଣସି ଅଗ୍ରଗତି ହୋଇପାରିଲା ନାହିଁ ।ଶେଷରେ ଆଦିବାସୀ ସଂଘ ଏବଂ ମୃତ ଭାଗିରଥୀଙ୍କ ଭାଇ ଜଗନ୍ନାଥ ମାଣ୍ଡାଙ୍ଗି କାରି 14 ଫେବୃଆରୀ 2024 ରେ 1CC ପିଟିସନ ଦାଏର କରିଥିଲେ l ଆଜି ଏହାର ଶୁଣାଣି କରି SDJM କୋର୍ଟର ବିଚାର୍ପତି ବର୍ଷା ଦାସ ଭାସ୍କର ରାଓ ଙ୍କ ସମେତ ଅନ୍ୟ 5 ଜଣ ଅଭିଯୁକ୍ତ ଙ୍କୁ ଜାମିନ ବିହୀନ ଗିରଫ ପରବାନା ଜାରି କରିଛନ୍ତି l ଏମାନଙ୍କ ବିରୁଦ୍ଧରେ 302, 201 ଓ 34 IPC ରେ ଦଫା ଲାଗିଛି ।
ଗିରଫ ପରବାନା ଜାରି ହେବା ପରେ ଆଦିବାସୀ ସଂଘ ଏବଂ ଆବେଦନ କାରି ଙ୍କ ମାହୋଲ ରେ ଖୁସି ର ପରିବେଶ ଖେଳି ଯାଇଛି