ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲା

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାରେ ନୂଆମୋଡ଼ । ରୋଷେୟା ଲଳିତଙ୍କ ବାପା ନିରପେକ୍ଷ ତଦନ୍ତ ସହ ନ୍ୟାୟ ପାଇଁ ଗୁହାରି କରିଥିଲେ ଲଳିତଙ୍କ ବାପା ବେଲାଲସେନ ସାହୁ । ଏନେଇ ପ୍ରତିକ୍ରିୟା ରଖିଲେ ଆଇ.ଜି. ହିମାଂଶୁ ଲାଲ ଓ ଝାରସୁଗୁଡ଼ା ଏସ.ପି. ।ପୂର୍ବରୁ, ଲଳିତଙ୍କ ବାପା ବେଲାଲସେନ ସାହୁ ତଦନ୍ତ ଉପରେ ଅସନ୍ତୋଷ ପ୍ରକାଶ କରି ଡିଜିପିଙ୍କୁ ଏକ ଚିଠି ଲେଖିଥିଲେ ଏବଂ ମାମଲାର ପୁନଃ ତଦନ୍ତ ପାଇଁ ଅନୁରୋଧ କରିଥିଲେ।

“ମୁଁ ଡିଜିପିଙ୍କୁ ଏକ ଚିଠି ଲେଖି ଆମକୁ ଉପଯୁକ୍ତ ନ୍ୟାୟ ଦେବାକୁ ଅନୁରୋଧ କରିଥିଲି। ମୁଁ ତାଙ୍କୁ ମାମଲାର ପୁନଃ ତଦନ୍ତ କରିବାକୁ ଏବଂ ମୋ ପୁଅକୁ କେଉଁ ପରିସ୍ଥିତିରେ ହତ୍ୟା କରାଯାଇଛି କିମ୍ବା ସେ ଆତ୍ମହତ୍ୟା କରିଛି ତାହା ସଠିକ୍ ସୂଚନା ପ୍ରକାଶ କରିବାକୁ ଅନୁରୋଧ କରିଥିଲି,” ବେଲାଲସେନ କହିଛନ୍ତି। ତେବେ ଏହି ଘଟଣାର ଏକ ସ୍ଵତନ୍ତ୍ର ଦଳ ଗଠନ କରାଯାଇ ତଦନ୍ତ କରାଯିବ ବୋଲି କହିଛନ୍ତି ଏସ.ପି । ୩ ବର୍ଷ ପରେ ପୁଣି ଥରେ ଫାଇଲ ଖୋଲା ହେବ ବୋଲି ଜଣାପଡିଛି ।

ଅଧିକ ପଢନ୍ତୁ

Odisha Darpan Digital