ନୂଆଗାଁ:ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦମହକୁମାରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୂଲ୍ୟରେ ମଣ୍ଡଳସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଯୋଗଦେଇ ପ୍ରତିଯୋଗିତା ହେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି କରିବା , ଗୁଣାତ୍ମକ ଶିକ୍ଷା ର ବିକାଶ କରିବା ବୋଲି କହିଥିଲେ। ତତ୍ ସହିତ ପ୍ରତ୍ୟକ କ୍ଷେତ୍ରରେ ବିକାଶ ପାଇଁ ଆଗ୍ରହର ଆବଶ୍ୟକତା ଅଛି ବୋଲି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ।
ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କବିତା ଦାସ, ଜ୍ୟୋତ୍ସ୍ନାରାଣୀ ସେଠୀ,ନୂଆଗାଁ ହାଇସ୍କୁଲ୍ ର ପ୍ରଧାନ ଶିକ୍ଷକ ଭୀମସେନ ଦାସ,ସି ଆର୍ ସି ସି ବିଭୂତି ଭୂଷଣ ମିଶ୍ର ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ଦ୍ବାରା କିପରି ଛାତ୍ର ଛାତ୍ରୀ ମାନଙ୍କ ଅନ୍ତର୍ନିହିତ ଗୁଣାବଳୀ ର ବିକାଶ ହୋଇଥାଏ ସେ ଉପରେ କହିଥିଲେ।ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ମାଧ୍ୟମିକ ସ୍ତରରେ ୨୩୦ ଜଣ ଛାତ୍ର ଛାତ୍ରୀ କୁଇଜ୍ ପ୍ରତିଯୋଗିତା ପାଇଁ ନାମ ପଞ୍ଜୀକୃତ କରିଥିଲେ ।କୁଇଜ୍ ପ୍ରତିଯୋଗିତା ରେ ସବ୍ ଜୁନିଅର ବର୍ଗ ରେ ନୂଆଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଚତୁର୍ଥ ଶ୍ରେଣୀ ଛାତ୍ର ସାହିଲ କୁମାର ପରିଡ଼ା ପ୍ରଥମ, ପୋଖରା ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପଞ୍ଚମ ଶ୍ରେଣୀ ଛାତ୍ର ଆଶ୍ରିବାଦ୍ ସାହୁ ଦ୍ଵିତୀୟ,ହରିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପଞ୍ଚମ ଶ୍ରେଣୀ ଛାତ୍ରୀ ରୁଦ୍ରାଣୀ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ।ସେହିପରି ଜୁନିଅର ବର୍ଗ ରେ ଗାତେରୀ ହଜାରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ସପ୍ତମ ଶ୍ରେଣୀ ଛାତ୍ରୀ ଲକ୍ଷ୍ମୀପ୍ରିୟା ଚୌଧୁରୀ ପ୍ରଥମ,ନୂଆଗାଁ ଆଦର୍ଶ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀ ଛାତ୍ର ଆୟୁଷ ପ୍ରସାଦ ବେହେରା ଦ୍ଵିତୀୟ, ବାହାଡ଼ ଝୋଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସପ୍ତମ ଶ୍ରେଣୀ ଛାତ୍ର ତନ୍ମୟ କୁମାର ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସିନିଅର ବର୍ଗ ରେ ବାହାଡ ଝୋଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ରୀ ଆରାଧ୍ୟ ସିଂ ସାମନ୍ତ ପ୍ରଥମ , ମହିପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ରୀ ରଶ୍ମିତା ସାହୁ ଦ୍ଵିତୀୟ, ଗାତେରୀ ସରକାରୀ ହଜାରି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ରୀ ଲିପା ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟଅତିଥି ଓ ସମ୍ମାନୀତ ଅତିଥି ପୁରସ୍କୃତ କରିଥଲେ।ଏହି କାର୍ଯ୍ୟକ୍ରମ କୁ କୈଳାଶ ନାୟକ ପରିଚାଳନା କରିଥିବା ବେଳେ ସମସ୍ତ ସି ଆର୍ ସି ସି ,ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ବ୍ରେକ୍ ଫାଷ୍ଟ ଓ ଲଞ୍ଚ ର ବ୍ୟବସ୍ଥା କରାଯାଇଥିଲା। ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମ ପାଇଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଉପାଧ୍ୟକ୍ଷ,ସରପଞ୍ଚ, ସମିତି ସଭ୍ୟା ଙ୍କୁ ନିମନ୍ତ୍ରିତ କରିଥିଲେ କିନ୍ତୁ କୌଣସି କାରଣ ବଶତଃ ଯୋଗ ଦେଇପାରିନଥିଲେ।ଶାନ୍ତି ଶୃଙ୍ଖଳା ସହ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିବାରୁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ସରପଞ୍ଚ ଅମିତା ପରିଡ଼ା,ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳୀ ସାସମଲ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି।