ନକଲି ଜବ କାର୍ଡ ହାତେଇବାରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି । ଏହାରି ଭିତରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଆଜି ଏକ ବଡ଼ ସୂଚନା ଦେଇଛନ୍ତି ।ଫେକ୍ କାର୍ଡଧାରୀଙ୍କୁ ଧରିବାକୁ ଆରମ୍ଭ ହେବ e-KYC । ତେବେ ଯେଉଁ ବ୍ୟକ୍ତି 3 ମାସ ଭିତରେ e-KYC କରିବେ ନାହିଁ ସେମାନଙ୍କର ଜବ୍ କାର୍ଡ କଟାଯିବ ବୋଲି ମନ୍ତ୍ରୀ କହିଛନନ୍ତି । ସେ ପୁଣି ପାନୀୟ ଜଳ ଯୋଗାଣ ବିଭାଗର ହିସାବ ଦେଇଛନ୍ତି। ସେ କହିଛନ୍ତି, ସବୁ ଘରକୁ ଘର ଜଳ ବ୍ୟବସ୍ଥା ହୋଇଛି। ଅଗଷ୍ଟରେ ୨୧, ସେପ୍ଟେମ୍ବରରେ ୧୧ ଓ ଡିସେମ୍ବରରେ ୨୨ଟି ପ୍ରକଳ୍ପ ଶେଷ ହେବ। ଏବର୍ଷ ୨୦ ହଜାର ୮୯୧ଟି ନଳକୂପ ଖନନ ହୋଇଛି। ବର୍ତ୍ତମାନ ସୁଦ୍ଧା ୫ଲକ୍ଷ ୨୭ହଜାର ୫୭୦ ନଳକୂପ ଖୋଳାଯାଇଛି। ବଳକା ପ୍ରକଳ୍ପ ୨୦୩୬ ସୁଦ୍ଧା ସଂପୂର୍ଣ୍ଣ ହେବ। ଏଜେନ୍ସି ପାଇଁ ସବୁଦିନ ପେନାଲ୍ଟି ରହୁଛି, ବିଳମ୍ବ ହେଲେ ନୋଟିସ କରାଯାଉଛି। ଏଣିକି କାମ ବିଳମ୍ବ ହେଲେ ଅଧିକାରୀଙ୍କ ଦରମା ବନ୍ଦ ହେବ ବୋଲି ମନ୍ତ୍ରୀ କହିଛି।
