ଫ୍ରାନସ ଠାରୁ ୨୬ ରାଫେଲ କିଣିବ ଭାରତ ।

ଫ୍ରାନସ ଠାରୁ ୨୬ ରାଫେଲ କିଣିବ ଭାରତ । ୬୩ ହଜାର କୋଟିର ଡିଲରେ ଆଜି ବାଜିବ ମୋହର। ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଭର୍ଚୁଆଲ ମିଟିଂରେ ଯୋଗଦେବେ ଫାନ୍ସ ପ୍ରତିରକ୍ଷା ମନ୍ତ୍ରୀ ସେବାଷ୍ଟିନ ଲେକର୍ନୁ । ଭାରତ ଫ୍ରାନସ ଠାରୁ ୨୬ଟି ରାଫେଲ ନେଭି ଜେଟ୍ ପାଇଁ ମେଗା ଡିଲ ଉପରେ ହେବ ଡିଲ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା କ୍ୟାବିନେଟ୍ ବୈଠକରେ ଯୁଦ୍ଧବିମାନ କିଣିବାକୁ ଅନୁମତି ମିଳିଛି । ତେବେ ଆସନ୍ତା ୨୦୨୮ରୁ ୨୦୨୯ ଭିତରେ ୨୬ ରାଫେଲ ଯୁଦ୍ଧବିମାନ ଭାରତକୁ ଆସିବ । ତେବେ ୨୦୩୧-୩୨ ସୁଦ୍ଧା ଏହି ଫାଇଟର ଜେଟ୍‌ ନୌସେନାରେ ସାମିଲ ହେବ ।

ଯୁଦ୍ଧବିମାନ ପରିବହନକାରୀ ଯୁଦ୍ଧଜାହାଜ ଆଇଏନଏସ୍ ବିକ୍ରମାଦିତ୍ୟ ଏବଂ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍‌ଏସ୍‌ ବିକ୍ରାନ୍ତରେ ସାମିଲ ହେବ । ଏହି ଚୁକ୍ତି ଅନୁଯାୟୀ ଯୁଦ୍ଧବିମାନର ମରାମତି, ଚାଳକଙ୍କୁ ପ୍ରଶିକ୍ଷଣ, କିଛି ପାର୍ଟ୍ସର ଘରୋଇ ନିର୍ମାଣ ମଧ୍ୟ କରାଯିବ । ଏହା ଭିତରେ ଗତକାଲି ଆରବ ସାଗରରେ ନୌସେନା ପକ୍ଷରୁ ଆଇଏନଏସ୍ ସୁରଟରୁ ଆଣ୍ଟି ସିପ୍ ମିସାଇଲ ପରୀକ୍ଷଣ ହୋଇଛି। ବହୁମୁଖୀ ଆକ୍ରମଣ କ୍ଷମତା ଥିବା ରାଫେଲ ଫାଇଟର ଆଣବିକ ଅସ୍ତ୍ର ବହନ କରିବାର କ୍ଷମତା ରଖିଛି । ପ୍ରାୟ ୧୮ଶହ ୫୦ କିଲୋମିଟର ଦୂରକୁ ଲକ୍ଷ୍ୟ ଭେଦ କରିପାରିବ । ଏବେ ଭାରତୀୟ ନୌସେନା ପାଖରେ ରହିଛି MiG-29-K। ରୁଷ ଠାରୁ ଏହି ନେଭି ଜେଟ୍ କିଣିଥିଲା ଭାରତ। ଭାରତର ଦ୍ବିତୀୟ ପୁରୁଣା ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରମାଦିତ୍ୟରୁ ମିଗ୍ ଅପରେସନ୍ ଜାରି ରହିବ । ଭାରତ ପାଖରେ ଏବେ ୪୦ଟି ମିଗ୍ ଫାଇଟର ରହିଛି ।

ଅଧିକ ପଢନ୍ତୁ

kc ads