ଅପରିବର୍ତ୍ତିତ ରହିଛି ରେପୋ ରେଟ୍। ଲଗାତାର ୧୦ମ ଥର ପାଇଁ ପ୍ରମୁଖ ସୁଧହାର ତଥା ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ ଆରବିଆଇ। ତେବେ ମହଙ୍ଗା ହେବନି ଋଣ, ବଢ଼ିବନି ଇଏମଆଇ। ୬.୫ ପ୍ରତିଶତରେ ସ୍ଥିର ରହିଛି ରେପୋ ରେଟ୍। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି। ୨୦୨୩ ଫେବୃଆରୀ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି। ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଏମପିସି ବୈଠକରେ ରେପୋ ରେଟ୍ କୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ହୋଇଛି। ସେହିପରି ରିଭର୍ସ ରେପୋ ରେଟକୁ ୩.୩୫% ଓ ବ୍ୟାଙ୍କ ରେଟକୁ ୬.୭୫%ରେ ସ୍ଥିର ରହିଛି। ନୀତିଗତ ଆଭିମୁଖ୍ୟକୁ ମଧ୍ୟ ନ୍ୟୁଟ୍ରଲ ରଖାଯାଇଛି। ସେହିପରି ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୬.୭ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି।
