କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଶୁକ୍ରବାର ମହଙ୍ଗା ଭତ୍ତା(ଡିଏ) ବୃଦ୍ଧି କରିଛନ୍ତି ସରକାର। ମହଙ୍ଗା ଭତ୍ତା ୨% ବୃଦ୍ଧି କରାଯାଇଛି। କେନ୍ଦ୍ର କ୍ୟାବିନେଟ ବୈଠକରେ ସରକାର ଏହି ବଡ ନିଷ୍ପତ୍ତି ନେଇଛନ୍ତି। ଏହି ବୃଦ୍ଧି ସହ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ଡିଏ ୫୩ ପ୍ରତିଶତରୁ ୫୫ ପ୍ରତିଶତକୁ ବୃଦ୍ଧି ପାଇଛି।କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ପ୍ରଚଳିତ ମୁଦ୍ରାସ୍ଫୀତି ହାର ଏବଂ ସେମାନଙ୍କର ମୂଳ ଦରମା ଆଧାରରେ ମହଙ୍ଗା ଭତ୍ତା ପ୍ରଦାନ କରାଯାଏ, ଯେତେବେଳେ ପେନସନଭୋଗୀମାନଙ୍କୁ ମହଙ୍ଗା ସହାୟତା ମିଳିଥାଏ। ସେମାନଙ୍କର ଲକ୍ଷ୍ୟ ହେଉଛି କର୍ମଚାରୀ ଏବଂ ପେନସନଭୋଗୀଙ୍କ ଉପରେ ମୁଦ୍ରାସ୍ଫୀତିର ବୋଝ ହ୍ରାସ କରିବା। ମୁଦ୍ରାସ୍ଫୀତି ହାର ଆଧାରରେ ସରକାର ବର୍ଷକୁ ଦୁଇଥର ଏହାକୁ ପରିବର୍ତ୍ତନ କରନ୍ତି।
