ବଦଳିବେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ମହାନାୟକ କଂସ । କଂସ ଭୂମିକା ପାଇଁ ହେବ ଚୟନ । କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ ଲାଞ୍ଚ ନେଇ ଧରା ପଡ଼ିବା ପରେ ହୋଇଥିଲେ ନିଳମ୍ବିତ ।ବିବାଦୀୟ ହୃଷିକେଷ ଭୋଇ ହେବେନି ମହାରାଜ କଂସ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ନୂଆ କଂସ ପାଇଁ ହେବ ଚୟନ ପ୍ରକ୍ରିୟା । ୨୦୨୨ ମସିହାରେ ଚୟନ ହୋଇଥିବା ହୃଷିକେଶଙ୍କୁ ଛାଡ଼ି ୨ ରୁ ୫ ନମ୍ବର ମଧ୍ୟରେ ହେବ ଚୟନ । ତେବେ ମହାପ୍ରୟାଣ ଗାଡିର ଡ୍ରାଇଭର ହୃଷିକେଶ ଭୋଇ ଜଣେ ମୃତ ପରିବାର ଠାରୁ ୩ ହଜାର ଟଙ୍କା ନେଇଥିଲେ ଲାଞ୍ଚ । ଚାକିରିରୁ ବହିସ୍କୃତ ହେବାପରେ ତାଙ୍କୁ କଂସ ଭୂମିକାରେ ଅଭିନୟ କରିବାକୁ ବାରଣ କରାଯାଇଛି ।