ଶେଷରେ ଗିରଫ ହେଲେ କୋଟିପତି ସରକାରୀ ବାବୁ ଶାନ୍ତନୁ ମହାପାତ୍ର । ଶାନ୍ତନୁ ମହାପାତ୍ରଙ୍କ ସମେତ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ ଟିମ୍ । ତାଙ୍କୁ ଲାଞ୍ଚ କାରବାରରେ ସହଯୋଗ କରୁଥିବା ଅନ୍ୟ ୪ଜଣଙ୍କୁ ଗିରଫ କଲା ପୋଲିସ୍ ।। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ରେଡ୍ ବେଳେ ୨.୦୬ କୋଟି ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ମାଲକାନଗିରି ଅଫିସ, ଘର ସମେତ କଟକ, ଭୁବନେଶ୍ବର, ଜୟପୁର ଆଦି ୮ଟି ସ୍ଥାନରେ ଏକକାଳୀନ ରେଡ ହୋଇଥିଲା । ଶାନ୍ତନୁଙ୍କର ଜୟପୁର ସହରରେ ୬ହଜାର ବର୍ଗଫୁଟ ଜମିରେ ରହିଛି ୩ ମହଲା କୋଠା ।ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଦୁର୍ନୀତିର ଚେର ଏତେ ଲମ୍ବିଛି ଯେ, ଯେତେ ଖୋଳିଲେ ସେତେ ବାହାରୁଛି । ତଦନ୍ତ ବେଳେ ଜଣାପଡିଛି ସଂପୃକ୍ତ ଅଧିକାରୀ କର୍ମଚାରୀଙ୍କ ସହ ମିଶି ଆତ୍ମସାତ କରୁଥିଲେ ଟଙ୍କା ।
ତଦନ୍ତ ବେଳେ ତାଙ୍କ ସହକର୍ମୀ ଡିଇଓ ବିଶ୍ବଜିତ ମଣ୍ଡଳ ଓ ଅନ୍ୟ ଜଣେ କର୍ମଚାରୀ ଅମୀୟକାନ୍ତ ସାହୁଙ୍କ ନିକଟରୁ ମିଲିଛି ଲେବର ମାନଙ୍କର ପୁଳା ପୁଳା ପାସବୁକ । ଲେବର ମାନଙ୍କ ବ୍ୟାଙ୍କ ଆକାଉଣ୍ଟ ପରିଚାଳିତ କରୁଥିଲେ ତିନି ଜଣ । ବିଭିନ୍ନ ପ୍ରକଳ୍ପ ରେ କାମ ହୋଇ ନଥିଲେ ମଧ୍ୟ କାମ ହୋଇଯାଇଥିବା ଦେଖାଇ ଏହି ଆକାଉଣ୍ଟ ମଧ୍ୟମରେ ସରକାରୀ ଅର୍ଥ ହଡପ କରୁଥିଲେ ଓ ନିଜ ଭିତରେ ବାଣ୍ଟୁ ଥିଲେ ।