ରାଜ୍ୟରେ ବର୍ଷା କ୍ଷୟ,କ୍ଷତିକୁ ନେଇ ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।ବର୍ଷା କ୍ଷୟକ୍ଷତି ନେଇ ୩ ଦିନରେ ରିପୋର୍ଟ ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏ ନେଇ ବିଭାଗ ତରଫରୁ ଜିଲ୍ଲାପାଳମାନଙ୍କୁ ଚିଠି ଜାରି କରାଯାଇଛି ।ଫସଲ ନଷ୍ଟ ରିପୋର୍ଟ ଆସିବା ଆରମ୍ଭ ହେଲାଣି । ଖୁବ୍ଶୀଘ୍ର ସହାୟତା ଦିଆଯିବ । ଅଦିନିଆ ବର୍ଷାରେ ଧାନ ନଷ୍ଟ ପାଇଁ ଇନପୁଟ ସବସିଡି ଦିଆଯିବ । ଆଗାମୀ ମୌସୁମୀ ବର୍ଷାକୁ ନଜରରେ ରଖି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମନ୍ତ୍ରୀ କହିଛନ୍ତି ।
