ବାହାଘରର ୨ ସପ୍ତାହ ପରେ ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ

ଉତ୍ତର ପ୍ରଦେଶର ଔରୈୟା ଜିଲାରେ ବିବାହର ମାତ୍ର ୧୫ ଦିନ ପରେ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ତାଙ୍କ ପତ୍ନୀ ଏବଂ ପ୍ରେମିକଙ୍କ ସୁପାରୀ କିଲର ଦ୍ବାରା ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।ପତ୍ନୀ ଜଣଙ୍କ ତାଙ୍କ ପ୍ରେମିକଙ୍କ ସହ ମିଶି, ହତ୍ୟା ପାଇଁ ଦେଇଥିଲେ ସୁପାରୀ । ପୋଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି ।

ଖବର ମୁତାବକ, ମାର୍ଚ୍ଚ ୫ ତାରିଖରେ ୨୨ ବର୍ଷୀୟ ପ୍ରଗତି ଯାଦବଙ୍କର ୨୫ ବର୍ଷୀୟ ଦିଲ୍ଲୀପଙ୍କ ସହ ବିବାହ ହୋଇଥିଲା । ମାର୍ଚ୍ଚ ୧୯ ତାରିଖ ଏକ ପଡ଼ିଆରୁ ଆହତ ଅବସ୍ଥାରେ ଉଦ୍ଧାର ହୋଇଥିଲେ ଦିଲ୍ଲୀପ । ଗୁଳି ମାଡ଼ରେ ଆହତ ହୋଇଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା ହେଲେ ମାର୍ଚ୍ଚ ୨୦ ତାରିଖରେ ଦିଲ୍ଲୀପଙ୍କ ମୃତ୍ୟୁ ହେଲା । ଦିଲ୍ଲୀପଙ୍କ ଭାଇ ଥାନାରେ ଏତଲା ଦେଇଥିଲେ ।ପୁଲିସ ହତ୍ୟା ମାମଲାରେ ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ସମୟରେ ସୁପାରି ଟଙ୍କାର କାରବାର ସମ୍ପର୍କରେ ସୂଚନା ପାଇଥିଲା ଏବଂ ଶନିବାର ହରପୁରା ନିକଟରେ ଚଢାଉ କରିଥିଲା। ସିସିଟିଭି କ୍ୟାମେରା ଫୁଟେଜ୍ ଆଧାରରେ ଅଭିଯୁକ୍ତ ୨୨ ବର୍ଷୀୟ ପ୍ରଗତି ଯାଦବ, ତାଙ୍କ ପ୍ରେମିକ ଅନୁରାଗ ଓରଫ ମନୋଜ ଏବଂ ସୁପାରୀ କିଲର ରାମଜୀ ଚୁଆଧାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି। ଅଭିଯୁକ୍ତଙ୍କଠାରୁ ପିସ୍ତଲ, ବାଇକ୍ ଏବଂ ଅନ୍ୟାନ୍ୟ ଜିନିଷପତ୍ର ଜବତ କରାଯାଇଛି। ଏ ଘଟଣାରେ ପୋଲିସ ୩ ସୁପାରୀ କିଲର ଏବଂ ପତ୍ନୀ ପ୍ରଗତିକୁ ଗିରଫ କରିଛି । ତେବେ ଏହି ମାମଲାରେ ପୋଲିସ ପଚରାଉଚରା କରିବା ପରେ ପ୍ରଗତି ସବୁକିଛି ସତ ମାନିଯାଇଛି ।

ଅଧିକ ପଢନ୍ତୁ

kc ads