ହ୍ୟୁଷ୍ଟନ ସହରରେ ହେବାକୁ ଥିବା ଇସ୍କନର ଅଦିନିଆ ରଥଯାତ୍ରାକୁ ବାତିଲ କରିବାକୁ ନିଷ୍ପତ୍ତି ହେଇଛି । ତେବେ ଏହି ରଥଯାତ୍ରାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା, ଯାହା ପରେ ଏହି ରଥଯାତ୍ରାକୁ ବାତିଲ କରାଯାଇଛି । ଏହା ବଦଳରେ ସେହିଦିନ ନିତାଇ ସଙ୍କୀର୍ତ୍ତନ ଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଆସନ୍ତା ୯ ତାରିଖରେ ଆମେରିକାର ହ୍ୟୁଷ୍ଟନ ସହରରେ ରଥଯାତ୍ରା ଆୟୋଜନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲା ଇସ୍କନ । ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ମଙ୍ଗଳବାର ପ୍ରେସମିଟକ ରିଥିଲେ । ଇସ୍କନର ଅଦିନିଆ ରଥ ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ ବୋଲି କହିଥିଲେ ଗଜପତି।ଖାଲି ସେତିକି ନୁହେଁ, ପୁରୀ ରଥଯାତ୍ରାର ନୀତି ଅନୁସାରେ ରଥଯାତ୍ରା ଅନୁଷ୍ଠିତ କରିବାକୁ ଗଜପତି ମହାରାଜ ଇସ୍କନକୁ ପରାମର୍ଶ ଦେଇଥିଲେ । ନଚେତ୍ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ ଗଜପତି । ତେବେ ଏତେ ସବୁ ପରେ ଶେଷରେ ଇସ୍କନ ଏହି ଅଦିନିଆ ରଥଯାତ୍ରା ଆୟୋଜନକୁ ବାତିଲ କରିଛି ।