ବାହାଘର ଭୋଜି ଖାଇ ଶତାଧିକ ଅସୁସ୍ଥ ।

ବାହାଘର ଭୋଜି ଖାଇ ୩ଶହରୁ ଅଧିକ ଲୋକ ଅସୁସ୍ଥ । ଗାଁରେ ପହଂଚିଛି ମେଡିକାଲ ଟିମ୍ । ଅସୁସ୍ଥ ଲୋକଙ୍କ ଚିକିତ୍ସା ଜାରି ରହିଛି । ସୂଚନା ଅନୁସାରେ ବୈଦେଶ୍ୱର ପାଟଣା ସାହିରେ ରବିବାର ରାତିରେ ପଦ୍ମ ଚରଣ ସାହୁ ନାମକ ବ୍ୟକ୍ତିଙ୍କ ଝିଅ ବାହାଘରରେ ପ୍ରାୟ ଚାରି ଶହରୁ ଊର୍ଦ୍ଧ୍ବ ଲୋକ ଭୋଜି ଖାଇ ଥିଲେ । ମାତ୍ର ସୋମବାର ସକାଳୁ ଝାଡା ବାନ୍ତିରେ ଅନେକ ଆକ୍ରାନ୍ତ ହୋଇ ନିକଟସ୍ଥ ବୈଦେଶ୍ଵର୍ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଜଣକ ପରେ ଜଣେ ସୁସ୍ଥ ହୋଇ ଘରକୁ ଫେରିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହରେ ପହଞ୍ଚିଥିଲା । ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

ଏହାକୁ ଦୃଷ୍ଟିରେ ରଖି ବାଙ୍କୀ ମେଡିକାଲରୁ ଅଧିକ ପରିମାଣର ସାଲାଇନ, ଓଆରଏସ ସହିତ ଆବଶ୍ୟକୀୟ ଔଷଧ ଅଣାଯାଇ ଗାଁରେ ମହଜୁଦ ରଖାଯାଇଛି । ବାଙ୍କୀରୁ ଆସିଥିବା ଏହି ମେଡିକାଲ ଟିମ ରାତି ତମାମ ଚିକିତ୍ସା ଜାରି ରଖିଛି । ସେପଟେ ଖାଦ୍ୟ କିପରି ଅପମିଶ୍ରଣ ହେଲା ସେନେଇ ଆଜି କଟକରୁ ଏକ ସ୍ୱତନ୍ତ ମେଡିକାଲ ଟିମ ଗାଁରେ ପଂହଁଚି ତଦନ୍ତ କରିବ ବୋଲି ବାଙ୍କୀ ଏସଡିଏମଓ ଜଣାଇଛନ୍ତି ।

ଅଧିକ ପଢନ୍ତୁ