ବିଜେପି ଲଞ୍ଚ କଲା ‘ସୌଗାତ-ଏ-ମୋଦୀ’

ମୁସଲମାନଙ୍କ ପର୍ବ ଇଦରେ ଭାରତୀୟ ଜନତା ପାର୍ଟିର ନିଆରା ଅଭିଯାନ। ଗରିବ ଲୋକଙ୍କୁ ବିଜେପି ବାଣ୍ଟିବ ଉପହାର। ବିଜେପିର ସଂଖ୍ୟାଲଘୁ ସୌଗାତ୍-ଇ-ମୋଦି ଅଭିଯାନ ଚଳାଇ ୩୨ ଲକ୍ଷ ଗରିବ ମୁସଲମାନଙ୍କୁ ଗିଫ୍ଟ ଦେବ। ଏହି ଅଭିଯାନ ଦିଲ୍ଲୀ ନିଜାମୁଦ୍ଧିନ୍‌ରୁ ଆରମ୍ଭ ହେବ। ଏହି ଅଭିଯାନ ଅଧୀନରେ ଏକ ପ୍ୟାକେଟ ଦିଆଯିବ। ଯେଉଁଥିରେ ପୋଷାକ ସହିତ ସିନ୍ଦୁର, ଖଜୁରି ଏବଂ ଫଳ ଭଳି ଖାଦ୍ୟ ସାମଗ୍ରୀ ରହିବ। ତେବେ ଏଥିରେ ମହିଳାମାନଙ୍କ ପାଇଁ ସୁଟ୍ ଏବଂ ପୁରୁଷମାନଙ୍କ ପାଇଁ କୁର୍ତ୍ତା-ପାଇଜାମା ରହିଛି। ତେବେ ଗୋଟିଏ କିଟ୍‌ର ମୂଲ୍ୟ ୫୦୦ ରୁ ୬୦୦ ଟଙ୍କା ଥିବା ସୁତ୍ରରୁ ଜଣାପଡିଛି।ବିଜେପି କହିଛ, ଏଭଳି ଅନେକ ସଂଖ୍ୟାଲଘୁ ରହିଛନ୍ତି, ଯେଉଁମାନେ ନିଜର ପର୍ବ ଠିକ୍ ଭାବରେ ପାଳନ କରିପାରୁନାହାନ୍ତି ଏଭଳି ସ୍ଥିତିରେ ବିଜେପି ‘ସୌଗାତ-ଇ-ମୋଦି’ ଆରମ୍ଭ କରିବ। ଏହାଛଡା ଜିଲ୍ଲାସ୍ତରରେ ଇଦ୍ ମିଳନ୍ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ। ପବିତ୍ର ରମଜାନ୍‌ ମାସରେ ଇଦ୍ ପୂର୍ବରୁ ବିଜେପିର ଏହି ଅଭିଯାନ ଖୁବ୍ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି।

ଅଧିକ ପଢନ୍ତୁ

kc ads