ସୋମବାର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC) ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ନୂତନ ବିଦ୍ୟୁତ ଶୁଳ୍କ ଘୋଷଣା କରିଛି। ଏହି ବିଦ୍ୟୁତ ଶୁଳ୍କକୁ ନେଇ ବଡ଼ ଖବର ଆସିଛି। ସାଧରଣ ଗ୍ରାହକଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିବ । ଡିଜିଟାଲ ପେମେଣ୍ଟରେ ୪ ପ୍ରତିଶତ ରିହାତି ମିଳିବ । ସ୍ମାର୍ଟ ମିଟର ରେଣ୍ଟ୍ ଛାଡ଼ କରାଯାଇଛି । ୨ କିଲୋ ୱାଟ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ରେଣ୍ଟ୍ ଛାଡ଼ କରିଛି ନିଗମ । ଯେଉଁ ୬୦ ଟଙ୍କା ରେଣ୍ଟ୍ ଚାର୍ଜ ପଡୁଥିଲା, ଆଉ ପଡ଼ିବନାହିଁ ।
ବିଜୁଳି ଦର ଅପରିବର୍ତ୍ତିତ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି ।OERC ଉପ ନିର୍ଦ୍ଦେଶକ ସଞ୍ଜୟ ରାଉତ ନିଶ୍ଚିତ କରିଛନ୍ତି ଯେ ସଂଶୋଧିତ ବିଦ୍ୟୁତ ଶୁଳ୍କ ଗଠନକୁ ଚୂଡ଼ାନ୍ତ କରିବା ପୂର୍ବରୁ କମିଶନ ସମସ୍ତ ସୂଚନାକୁ ପୁଙ୍ଖାନୁପୁଙ୍ଖ ଭାବରେ ସମୀକ୍ଷା କରିଛନ୍ତି।