ବିବାଦୀୟ ବୈକୁଣ୍ଠ ଧାମରେ ବୁଲିବ ବୁଲଡୋଜର !

ଯାହା ଅଭିଯୋଗ ଉଠିଥିଲା, ସତ ହେଲା । ପାଖାପାଖି ୧୪୦ ଡିସିମିଲ ସରକାରୀ ଜାଗା ମାଡ଼ି ବସି ଛିଡ଼ା ହୋଇଛି ଶ୍ରୀ ବୈକୁଣ୍ଠ ଧାମ ଆଶ୍ରମ । ପାଖାପାଖି ୮ କୋଟି ଟଙ୍କା ମୂଲ୍ୟର ଜମିରେ ଗଢ଼ାଯାଇଛି ବେଆଇନ୍‌ ମଣ୍ଡପ, କୋଠା ଆଉ ରୋଷଶାଳା ।ତେବେ ଖୁବ ଶୀଘ୍ର ନିଆଯିବ କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ବରର ଖଣ୍ଡଗିରି ବାରି ୧୬-୧୭ ବର୍ଷରୁ ଅଧିକ ସମୟ ହୋଇଯିବ ସରକାରୀ ଜମିକୁ ଜବର ଦଖଲ କରି ଆଶ୍ରମ ନିର୍ମାଣ କରାଯାଇଥିଲା।

ଆଶ୍ରମଟି ୧୪୦ ଡିସିମିଲ୍‌ ଯାଏଁ ବ୍ୟାପିଛି । ଜୟଦେବ ବାଟିକା ସାମ୍ନା ବିସ୍ତୀର୍ଣ୍ଣ ‘ପତିତ’ କିସମ ଜାଗା ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଥିଲା । କିନ୍ତୁ ୨୦୧୫ ମସିହାରେ ବସ୍ତି ପୁନଃ ଉନ୍ନୟନ ଉଦ୍ଦେଶ୍ୟରେ ଘାଟିକିଆ ମୌଜାର ୨୨ ଏକର ଜାଗ ବିଡିଏକୁ ହସ୍ତାନ୍ତର କରାଯାଇଥିଲା । ଏହି ଯୋଜନାରେ ଆଶ୍ରମର ୧୪୦ ଡିସିମିଲ ଜାଗା ମଧ୍ୟ ଆସୁଛି । ସରଜମିନ୍‌ ଯାଞ୍ଚ ପରେ ଆଶ୍ରମକୁ ଭାଙ୍ଗିବାକୁ ବିଡିଏକୁ ଚିଠି କରାଯାଇଛି ।

ଅଧିକ ପଢନ୍ତୁ