ବିଳମ୍ବ ହେବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା

ଶ୍ରୀ ମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗୃହରେ ଆଇନ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି । ଏହାର ଉତ୍ତରରେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି ଯେ, ‘ବର୍ତ୍ତମାନ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇନାହିଁ । ଧାଡି ଦର୍ଶନ ବ୍ୟବସ୍ଥା ନିମନ୍ତେ ତିଆରି କରାଯାଇଥିବା କାଠର ରାମ ଏବଂ ବାରିକେଡ ସଂସ୍ଥାପନ କରିବା ପାଇଁ ନାଟମଣ୍ଡପରେ ଥିବା ହୁଣ୍ଡିର ସ୍ଥାନାନ୍ତରର ଆବଶ୍ୟକ‌ତା ଅଛି । ହୁଣ୍ଡି ସ୍ଥାନାନ୍ତର ନିମନ୍ତେ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ଆବଶ୍ୟକ‌ତା ଜରୁରୀ ଅଟେ । ବର୍ତ୍ତମାନ ପର୍ଯ୍ୟନ୍ତ ନୂତନ ପରିଚାଳନା କମିଟି ଗଠନ ହୋଇନାହିଁ ।’

ନୂତନ ପରିଚାଳନା କମିଟିର ଗଠନ ହୋଇ ପରିଚାଳନା କମିଟି ବୈଠକରେ ହୁଣ୍ଡି ସ୍ଥାନାନ୍ତର ଏବଂ ରାମ୍ପ ଓ କାଠ ବାରିକେଡ ସଂସ୍ଥାପନ କାର୍ଯ୍ୟର ଅନୁମୋଦନ ପରେ ଓ ସରକାରଙ୍କ ଅନୁମୋଦନ ପରେ ଧାଡି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ।

ଅଧିକ ପଢନ୍ତୁ

kc ads