ଭଦ୍ରକ ଧୂଷୁରୀ ଥାନା ଗୁଡୁପୋଖରୀ ବଜାରରେ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୪ ଜଣ ଆହତ ହୋଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତିଙ୍କୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଧାମନଗର ବ୍ଲକ ଗୁଡୁପୋଖରୀ ବଜାରରେ ଘଟିଛି ଏଭଳି ଘଟଣା । ଘଟଣା ସ୍ଥାନରେ ପୁଲିସର ତଦନ୍ତ ଆରମ୍ଭ ହୋଇଛି ।ପରିସ୍ଥିତିକୁ ନଜରରେ ରଖି ଘଟଣାସ୍ଥଳରେ ଭାରତୀୟ ନ୍ୟାୟ ସଂହିତାର ୧୬୩ ଧାରା ଲାଗୁ କରାଯାଇଛି । ୨୧ ତାରିଖ ସକାଳ ୧୦ ଯାଏ କର୍ଫ୍ୟୁ ବଳବତ୍ତର ରହିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏହି ସମୟରେ ଗୁଡୁପୋଖରିରି ଅଞ୍ଚଳରେ ଏକତ୍ରିତ ନହେବାକୁ ନିର୍ଦ୍ଦେଶ ଦଆଯାଇଛି ।
