ଭଦ୍ରକ ଜିଲ୍ଲା ଧାମରା ବେଳାଭୂମିରେ ହେବ ପର୍ଯ୍ୟଟନ କ୍ଷେତ୍ର । ଧାମରା ଉପକୂଳ ଚନ୍ଦନିପାଳରେ ଏହି ବେଳାଭୂମି ପର୍ଯ୍ୟଟନ କ୍ଷେତ୍ର ପ୍ରତିଷ୍ଠା ହେବ । ଏନେଇ କ୍ଷେତ୍ରୀୟ ପରିଦର୍ଶନ କରିଛନ୍ତି ଭଦ୍ରକ ଜିଲ୍ଲାପାଳ । ବେଳାଭୂମି ପର୍ଯ୍ୟଟନ କ୍ଷେତ୍ର ପ୍ରତିଷ୍ଠା ହେଲେ, ଧାମରା ଅଞ୍ଚଳ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବା ସହ ଉକ୍ତ ଅଞ୍ଚଳର ଉଭୟ ସାମାଜିକ ଓ ଅର୍ଥନୈତିକ ବିକାଶ ହେବ ।ଆବଶ୍ୟକତାକୁ ଦୃଷ୍ଟିରେ ରଖି ବେଳାଭୂମି ଓ ଅନ୍ୟାନ୍ୟ ପ୍ରକଳ୍ପ ସକାଶେ ଅଧିକ ୫ ହଜାର ହେକ୍ଟର ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି । କୋଷ୍ଟାଲ ରେଗୁଲେସନ ଜୋନ୍ ଓ ଡିଆରଡିଓ ନିୟମ ଉଲ୍ଲଂଘନ ନକରି ବିସ୍ତୀର୍ଣ୍ଣ ଉକ୍ତ ବେଳାଭୂମିରେ ପର୍ଯ୍ୟଟନ କ୍ଷେତ୍ର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରଖାଯାଇଥିଲା । ଏହାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଅନୁମୋଦନ କରିବା ପରେ ଏହାର ଡିପିଆର ପ୍ରସ୍ତୁତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
