ଭାଜପା ଉପରେ ବର୍ଷିଲେ ନବୀନ

ବିଜେଡି ସଙ୍ଗଠନକୁ ସୁଦୃଢ କରିବା ନିମନ୍ତେ ପ୍ରୟାସ ଆରମ୍ଭ ହୋଇଛି। ସାଧାରଣ ନିର୍ବାଚନରେ ଦଳର ପରାଜୟ ପରେ କିଭଳି ଭାବେ ପୁର୍ନବାର ଦଳ ଲୋକଙ୍କ ଆସ୍ଥାଭାଜନ ହୋଇପରିବ , ତାକୁ ଦୃଷ୍ଟିରେ ରଖି ଆଜିଠାରୁ ବିଜେଡି ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି। ତେବେ ପଦଯାତ୍ରା ଆରମ୍ଭରୁ ସେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମିଛ କହି ଭାଜପା କ୍ଷମତାକୁ ଆସିଛି। ପଦ ଯାତ୍ରାରେ ଭାଜପା ସରକାରକୁ ନିଶାନା କରିଛନ୍ତି ନବୀନ। ସେମାନେ ବିଏସକଓ୍ବୋଇ ନାଁ ବଦଳାଇଛନ୍ତି, ଲୋକ ସବୁ ଜାଣନ୍ତି। ୩ଶହ ୟୁନିଟ ମାଗଣା ବିଜୁଳି, ୩ ହଜାର ଭତ୍ତା ଦେବେ କହିଥିଲେ। ମା’ ମାନଙ୍କୁ ୫୦ ହଜାର ଦେବେ କହିଥିଲେ, କେତେ ଜଣ ପାଇଲେଣି ବୋଲି ନବୀନ ପ୍ରଶ୍ନ କରିଛନ୍ତି। ମିଛ କହି ନିର୍ବାଚନ ଜିତିପାରନ୍ତି କିନ୍ତୁ ଲୋକଙ୍କ ହୃଦୟ କେବେ ହେଲେ ଜିତି ପାରିବେନି। ବିଜେପିଠାରୁ ବିଜେଡି ଅଧିକ ଭୋଟ ପାଇଛି । ବିଜେଡି ଲୋକଙ୍କ ହୃଦୟରେ ଅଛି । ସରକାରୀ କର୍ମଚାରୀମାନେ ରାଜଭବନରେ ବି ସୁରକ୍ଷିତ ନୁହଁନ୍ତି। ମୁଁ କ୍ଷମତାରେ ଥାଏ ବା ନ ଥାଏ କିନ୍ତୁ ଲୋକଙ୍କ ସେବା ଜାରି ରହିବ।

ଅଧିକ ପଢନ୍ତୁ