ଭାରତରେ ବ୍ୟାନ୍‌ ହେଲା ଗ୍ଲୋବାଲ୍‌ ଟାଇମ୍ସ ଓ ତୁର୍କୀର ସରକାରୀ ସୋସିଆଲ ମିଡ଼ିଆ ଟିଆଇଟି

ପାକିସ୍ତାନ ପରେ, ଭାରତ ଏବେ ଚାଇନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତ-ପାକିସ୍ତାନକୁ ନେଇ ଚୀନ୍ ପ୍ରଚାର ପ୍ରସାର କରିବାରୁ ବିରତ ହେଉନାହିଁ ଚୀନ୍‌ । ଭାରତ ବିରୋଧରେ ପ୍ରଚାର ପାଇଁ ଚୀନ୍ ଗ୍ଲୋବାଲ୍ ଟାଇମ୍ସକୁ ବ୍ୟବହାର କରୁଥିଲା । ସେଥିପାଇଁ ଭାରତରେ ବ୍ୟାନ୍‌ ହେଲା ଗ୍ଲୋବାଲ୍‌ ଟାଇମ୍ସ । ଗ୍ଲୋବାଲ୍‌ ଟାଇମ୍ସର ଏକ୍ସ ଆକାଉଣ୍ଟ ବ୍ୟାନ୍‌ । ମିଛ ଓ ବିଭ୍ରାନ୍ତିକର ଖବର ପାଇଁ ନିଆଯାଇଛି କାର୍ଯ୍ୟାନୁଷ୍ଠାନ ।ଗ୍ଲୋବାଲ ଟାଇମ୍ସ ହେଉଛି ଚାଇନାର ମୁଖପତ୍ର। ଏହା ସି ଜିନପିଙ୍ଗଙ୍କ ଏଜେଣ୍ଡାକୁ ଆଗକୁ ବଢାଇବା ପାଇଁ କାମ କରେ। ଗ୍ଲୋବାଲ ଟାଇମ ଭାରତ ବିରୋଧରେ ମିଥ୍ୟା ଖବର ପ୍ରସାରଣ କରେ।ସେପଟେ ତୁର୍କୀର ସରକାରୀ ସୋସିଆଲ ମିଡ଼ିଆ ଟିଆରଟି ଭାରତରେ ବ୍ୟାନ ହୋଇଛି । ପାକିସ୍ତାନକୁ ଯୁଦ୍ଧରେ ସହଯୋଗ କରିବାର ପ୍ରମାଣ ମିଳିବା ପରେ ବ୍ୟାନ କରିଛି ଭାରତ ।

ଅଧିକ ପଢନ୍ତୁ

Odisha Darpan Digital