ଭାରତର ’ଅପରେସନ୍ ସିନ୍ଦୂର’ vs ପାକିସ୍ତାନର ’ଅପରେସନ୍ ବୁନୟାନ୍-ଅଲ୍-ମାର୍ସୁସ୍

ପହଲଗାମ୍ ଆକ୍ରମଣ ପରେ ଯୁଦ୍ଧ ବିରତି ନିୟମ ଉଲଂଘନ କରି ପାକିସ୍ତାନ ଭାରତ ସୀମାରେ ଗୁଳି ମାଡ କରିଥିଲା । ଏହାର ଜବାବରେ ଭାରତ ମଧ୍ୟ ପ୍ରତି ଆକ୍ରମଣ କରିଛି । ପାକିସ୍ତାନ ବିରୋଧରେ ଭାରତ ’ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିବାବେଳେ ପାକିସ୍ତାନ ଏହାର ଜବାବରେ ଆରମ୍ଭ କରିଛି ’ଅପରେସନ୍ ବୁନୟାଦ୍ ଅଲ୍ ମରସୁସ୍’ ।ତେବେ ଆଜି ଭୋର୍ ସମୟେ ପାକିସ୍ତାନ ପକ୍ଷରୁ କରାଯାଇଥିବା ଆକ୍ରମଣରେ ଫତାହ-୧ କ୍ଷେପଣାସ୍ତ୍ର ମଧ୍ୟ ସାମିଲ ଥିଲା। ଭାରତର ଅପରେସନ୍ ସିନ୍ଦୂର ପରେ ପାକିସ୍ତାନ ଗୋଟିଏ ଦିନ ପୂର୍ବରୁ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ସହିତ ଭାରତର ୨୬ଟି ସ୍ଥାନକୁ ଟାର୍ଗେଟ କରି ପରିସ୍ଥିତିକୁ ଆହୁରି ତୀବ୍ର କରିଦେଇଥିଲା।ପାକିସ୍ତାନ ଆରମ୍ଭ କରିଥିବା ’ଅପରେସନ୍ ବୁନୟାଦ୍ ଅଲ୍ ମରସୁସ୍’ କୋରାନରୁ ଆସିଛି । ଏହାର ଅର୍ଥ ହେଉଛି ମଜବୁତ ପ୍ରାଚୀର ଯାହାକୁ କେହି ଭେଦି ପାରିବେ ନାହିଁ । ପାକିସ୍ତାନ ନିଜର ଏହି ଅଭିଯାନରେ ଲଗାତାର ଭାରତ ସୀମାରେ ଗୁଳି ବର୍ଷା କରିବା ସହ ଡ୍ରୋନ ଆକ୍ରମଣ କରୁଛି । ଏଥିସହିତ କୁରାନ ଶ୍ଳୋକର ବ୍ୟବହାର ମଧ୍ୟ ଆକ୍ରମଣକୁ ଧାର୍ମିକ ସ୍ୱର ଦେବାର ଏକ ଅଂଶ ଭାବରେ ବିବେଚନା କରାଯାଇପାରେ।

ଅଧିକ ପଢନ୍ତୁ

kc ads