ବାରବାଟୀ ଦିନିକିଆ ପାଇଁ ରବିବାର ଠାରୁ ଅନଲାଇନ ଟିକେଟ୍ ବିକ୍ରି ହେବ । ରବିବାର ଅପରାହ୍ନ ୪ଟାରୁ ଅନଲାଇନ୍ରେ ମିଳିବ ଟିକେଟ୍ । District.inଓ୍ବେବସାଇଟ୍ରେ ବୁକ୍ କରିହେବ ଟିକେଟ୍ । Insider.inରେ ମଧ୍ୟ ବୁକ୍ କରିହେବ ଟିକେଟ୍ । ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛି।
ନିମ୍ନଲିଖିତ ଷ୍ଟାଣ୍ଡଗୁଡ଼ିକରେ ମୋଟ ୪ ହଜାର ଟିକେଟ୍ ବିକ୍ରି ହେବ। ଜାଣନ୍ତୁ କେତେ ରହିଛି ମୂଲ୍ଯ…
ଗ୍ୟାଲେରୀ ୨- ଟିକେଟ୍ ମୂଲ୍ୟ ୯୦୦ ଟଙ୍କା, ଗ୍ୟାଲେରୀ ୪- ୯୦୦ ଟଙ୍କା, ଗ୍ୟାଲେରୀ ୭- ୭୦୦ ଟଙ୍କା, ସ୍ୱତନ୍ତ୍ର ଏନକ୍ଲୋଜର – ୬ ହଜାର ଟଙ୍କା, ଏସି ଗ୍ୟାଲେରୀ ବକ୍ସ – ୮ ହଜାର ଟଙ୍କା ଏବଂ ନୂତନ ପାଭିଲିୟନ୍ – ୧୦ ହଜାର ଟଙ୍କା। ଅନ୍ଲାଇନ୍ରେ ବିକ୍ରି ହେବ ୪ ହଜାର ଟିକେଟ୍ ।