ଭାରତ-ପାକ୍‌ ମଧ୍ୟରେ ମଧ୍ୟସ୍ଥତା କରିନି-ଟ୍ରମ୍ପ

ମଧ୍ୟସ୍ଥତା ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୟୁଟର୍ଣ୍ଣ । କହିଲେ, ଭାରତ-ପାକ୍‌ ମଧ୍ୟରେ ମଧ୍ୟସ୍ଥତା କରିନି । କେବଳ ବୁଝାମଣା ପାଇଁ ସହଯୋଗ କରିଥିଲି । ଉଭୟ ଦେଶର ସର୍ବୋଚ୍ଚ ନେତା କୂଟନୈତିକ ସ୍ତରରେ ଆଲୋଚନା କରି ଅସ୍ତ୍ରବିରତି ପାଇଁ ନିଷ୍ପତ୍ତି ନେଇଛନ୍ତି ।ତଥାପି, ଟ୍ରମ୍ପ ବାଣିଜ୍ୟ ଉପରେ ତାଙ୍କ ବିବୃତ୍ତିରେ ଅଟଳ ରହିଥିଲେ। ସେ କହିଲେ ଯେ ଯେତେବେଳେ ମୁଁ ବ୍ୟବସାୟ ବିଷୟରେ କଥା ହେଲି, ସେତେବେଳେ ହିଁ ସମସ୍ୟାର ସମାଧାନ ହୋଇଥିଲା। ଟ୍ରମ୍ପ କହିଛନ୍ତି, ‘ଗତ ସପ୍ତାହରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବହୁତ ବିପଜ୍ଜନକ ହୋଇଉଠିଥିଲା। ଉଭୟ ଦେଶ ହଠାତ୍‌ କ୍ଷେପଣାସ୍ତ୍ର ମାଡ଼ କରିବା ଆରମ୍ଭ କରିଦେଲେ ଏବଂ ଆମେ ସବୁକିଛି ସମାଧାନ କରିଦେଲୁ।’ମୋଦୀ ନିଜ ଭାଷଣରେ କୌଣସି ସ୍ଥାନରେ ଆମେରିକା ରାଷ୍ଟ୍ରପତି କିମ୍ବା ଆମେରିକାର ନାଁ ଟିକେ ବି ନେଇନଥିଲେ । ଏଥିରୁ ପରୋକ୍ଷ ଭାବେ ସ୍ପଷ୍ଟ ହୋଇଥିଲା ଯେ ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଡୋନାଲ୍ଡ ଦେଇଥିବା ପ୍ରସ୍ତାବକୁ ନା କହିଥିଲେ ମୋଦୀ । ମୋଦୀ କହିଛନ୍ତି ଏଣିକି ଭାରତ- ପାକିସ୍ତାନ ମଧ୍ୟରେ ଆଲୋଚନା ହେଲେ କେବଳ ଆତଙ୍କବାଦ ଓ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ହିଁ ହେବ ।

ଅଧିକ ପଢନ୍ତୁ

Odisha Darpan Digital